ବାଘ ଖୋଜୁ ଖୋଜୁ ମିଳିଲା ବଣଭୂଆ ; ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ଖୋଳାଇଥିଲା ଆତଙ୍କ

ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ । ବନ ବିଭାଗର ଛାନଭିନ୍ ପରେ ଜଣାପଡିଲା, ବାଘ ନୁହେଁ ବଣଭୂଆ । ଏୟାରପୋର୍ଟରେ କାମ କରିବା ବେଳେ ବାଘ ଦେଖିଥିବା କହିଥିଲେ ୨ ମହିଳା ।

2bb

କନକ ବ୍ୟୁରୋ:  ବାଘ ଖୋଜିଲେ, ବଣଭୂଆ ପାଇଲେ । ରାଜଧାନୀର ବିମାନ ବନ୍ଦରରେ ବାଘ ଆତଙ୍କ ଖେଳାଉଥିବା ଖବର ପ୍ରଚାର ପରେ ତତ୍ପର ହୋଇଥିଲା ବନ ବିଭାଗ । ହେଲେ ତାହା ବାଘ ନୁହଁ, ବଣଭୂଆ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ୨ଟା ବେଳେକୁ ଏହା ବଣଭୂଆ ବୋଲି ସ୍ପଷ୍ଟ ହୋଇଛି। ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । 

ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା । ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe