କନକ ବ୍ୟୁରୋ: ବାଘ ଖୋଜିଲେ, ବଣଭୂଆ ପାଇଲେ । ରାଜଧାନୀର ବିମାନ ବନ୍ଦରରେ ବାଘ ଆତଙ୍କ ଖେଳାଉଥିବା ଖବର ପ୍ରଚାର ପରେ ତତ୍ପର ହୋଇଥିଲା ବନ ବିଭାଗ । ହେଲେ ତାହା ବାଘ ନୁହଁ, ବଣଭୂଆ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ୨ଟା ବେଳେକୁ ଏହା ବଣଭୂଆ ବୋଲି ସ୍ପଷ୍ଟ ହୋଇଛି। ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି ।
ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା । ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍ଭିନ୍ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ଉଦ୍ୟମ କରିଥିଲା ବନ ବିଭାଗ । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । ହେଲେ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/27/tNmSzCQ2qRjPK8NZGrdI.jpg)