ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ, ଶକ୍ତିପୀଠମାନଙ୍କରେ ଆଜିଠୁ ସପ୍ତମୀ ।

ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଶକ୍ତିପୀଠ ମାନଙ୍କରେ ଆଜିଠୁ ସପ୍ତମୀ ପୂଜା। ପୂଜା ମଣ୍ଡପରେ ଆଜିଠୁ ଆରମ୍ଭ ହେଉଛି ଷଷ୍ଠି ପୂଜା। ଚିକିମିକି ଆଲୋକରେ ଝଲସୁଛି ଟୁଇନ ସିଟି। ନବରାତ୍ରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତ ଜନନୀ

DURGA PIC

କନକବ୍ୟୁରୋ: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଶକ୍ତିପୀଠମାନଙ୍କରେ ଆଜିଠୁ ସପ୍ତମୀ ପୂଜା। ପୂଜା ମଣ୍ଡପରେ ଆଜିଠୁ ଆରମ୍ଭ ହେଉଛି ଷଷ୍ଠି ପୂଜା।  ଚିକିମିକି ଆଲୋକରେ ଝଲସୁଛି ଟୁଇନ ସିଟି । ନବରାତ୍ରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗତଜନନୀ । ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ପୀଠରେ ମହାଆଡ଼ମ୍ବରରେ ଚାଲିଛି ପୂଜାର୍ଚ୍ଚନା । ହୋମଯଜ୍ଞ ସହ ଷୋଡ଼ଶ ଉପଚାର ପୂଜା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ରଥରେ ବସି ବେଢ଼ା ପରିକ୍ରମା କରୁଛନ୍ତି ମାଆ । ସେପଟେ କଟକର ଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହୋଇଛି ଷଷ୍ଠୀ ପୂଜା । ମାଆଙ୍କ ଗାୟତ୍ରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି ।

ଟ୍ବିନ୍‌ ସିଟିରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି । ମଣ୍ଡପକୁ ପ୍ରବେଶ ଓ ପ୍ରସ୍ଥାନ ସହ ପାର୍କିଂ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ବରରେ ବିଭିନ୍ନ ଥିମ୍‌ର ତୋରଣ ନିର୍ମାଣ କରାଯାଇଛି । ସେପଟେ କଟକରେ ମାଆଙ୍କ ସୁନା ଓ ଚାନ୍ଦି ମେଢ଼ ଦେଖିବାକୁ ଭକ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି । ଚଳିତ ବର୍ଷ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ନୂଆ କରି ମେଢ଼ରେ ସୁନା ଖଞ୍ଜା ଯାଇଛି ।

ପ୍ରାୟ ୧୨ କିଲୋଗ୍ରାମର ସୁନା ଓ ଅଢ଼େଇ କ୍ବିଣ୍ଟାଲ ଓଜନର ରୁପାରେ ମେଢ଼ ପ୍ରସ୍ତୁତ ହୋଇଛି । ଏବେ ଚାରିଆଡେ ପାର୍ବଣର ମାହୋଲ  ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଇସ୍ପାତ ସହର ରାଉରକେଲା  ପୂଜାରେ  କିପରି ଶାନ୍ତି ଶୃଙ୍ଖଳାରେ ହେବ ତାକୁ ନେଇ ପୋଲିସ ତରଫରୁ କରଯାଇଛି ଫ୍ଲାଗ ମାର୍ଚ୍ଚ  ସ୍ଥାନୀୟ ବିଶ୍ରା ଛକରୁ ବିଏସଏଫ ଓ ଓଏସଏପି ଯବାନ ବାହାରି ସହର ପରିକ୍ରମା କରିଛନ୍ତି  ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି ପୋଲିସ ପ୍ରଶାସନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe