କନକ ବ୍ୟୁରୋ: ହିନ୍ଦୀରେ ଏକ କହାବତ୍ ଅଛିଟ୍ଟଜୋ ହୋନା ହେ ଓ ହୋଗାଟ୍ଟହୋନକୋ କନ୍ ଡାଲ ସକତା୍? ଅର୍ଥାତ୍ ଯାହା ହେବାର ଥିବା ତାହା ନିଶ୍ଚୟ ହେବ । କଥାରେ ଅଛି ମୃତ୍ୟୁ, ସୂର୍ୟ୍ୟ ଓ ଚନ୍ଦ୍ର ସତ ଆଉ ସବୁ ମିଛ । କିଏ କିଏ କୁହନ୍ତି ମୃତ୍ୟୁ ଚିରନ୍ତନ ସତ୍ୟଟ୍ଟହେଲେ ଏହାକୁ ଗ୍ରହଣ କରିବାକୁ ଆମ ମନ ପ୍ରସ୍ତୁତ ନଥାଏ । ଯେବେ ପ୍ରିୟଜନ ଜୀବନ ହାରନ୍ତି ସେ କଷ୍ଟ ଯେ କେତେ ଅଧିକ ତାହା ଆପଣମାନେ ନିଶ୍ଚୟ ଜାଣିଥିବେ । ଯେବେ ଗତକାଲି ବିଳମ୍ବିତ ରାତ୍ରୀରେ ଉତ୍ତମଙ୍କ ଦେହାନ୍ତ ସମ୍ପର୍କରେ ଖବର ଆସିଥିଲା ପୂରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା । କେହି ବିଶ୍ବାସ କରିପାରିନଥିଲେ ଏତେ ଶୀଘ୍ର ସେ ଆମ ସମସ୍ତଙ୍କୁ ଛାଡ଼ି ପଳାଇବେଟ୍ଟସତରେ ଆଜି ବାହୁଡ଼ି ଯାଇଛନ୍ତି ଉତ୍ତମ ।
ଅଭିମାନରୁ ଦଣ୍ଡାବାଳୁଙ୍ଗା
ଉଦଣ୍ଡୀ ସୀତାରୁ ସରପଂଚ ବାବୁ
ପ୍ରତିଟି ଫିଲ୍ମରେ ଦେଖାଇଥିଲେ ନିଖୁଣ ଅଭିନୟ
ଅଭିମାନରୁ ଦଣ୍ଡା ବାଳୁଙ୍ଗା... ସରପଞ୍ଚ ବାବୁରୁ ସହରୀ ବାଘଟ୍ଟଘରେ ଘରେ ସୁପରଷ୍ଟାର ଉତ୍ତମଙ୍କ ଫିଲ୍ମ ଦେଖିବାକୁ ୮୦ ରୁ ୯୦ ଦଶକରେ ଦର୍ଶକଙ୍କ ଭିତରେ ଥିଲା ପ୍ରବଳ ଉତ୍କଣ୍ଠା । ଖାଲି ୯୦ ଦଶକ କାହିଁକି ବରଂ ଆଜିକା ଦୁନିଆରେ ବି ଉତ୍ତମ ଫ୍ୟାନ ଫଲୋୟର୍ସ କାହିଁରେ କେତେ । ଓଡ଼ିଆରେ ୧୩୭ ଫିଲ୍ମରେ ନିଜ କଳାର ଯାଦୁଗରୀ ଦେଖାଇଥିବା ବେଳେ ବଙ୍ଗଳାରେ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ କରି ଉଦଣ୍ଡୀ ସୀତା ଓ ସରପଞ୍ଚ ବାବୁ ଆଜି ବି ଦେଖିଲେ ଆଖିରୁ ଧାର ଧାର ଲୁହ ଝରି ଆସେ । ଉଦଣ୍ଡୀ ସୀତାରେ ଯେବେ ଉତ୍ତମଙ୍କ ପରଲୋକ ହୋଇଥିଲା ସେବେ ଅପରାଜିତ ବିଧବା ହୋଇନଥିଲେ ବରଂ ଅଧିକରୁ ଅଧିକ ସିନ୍ଦୂର ପିନ୍ଧିଥିଲେ । ହେଲେ ଆଜି ସେ ଅଭିନୟ ସତ ହୋଇଯାଇଛି । ସତ ସତିକା ଅପରାଜିତାଙ୍କ ମଥାରୁ ସିନ୍ଦୂର ଲିଭିଗଲା ।
ଉତ୍ତମ ଯୁଗର ଅବସାନ
ରୋମାଣ୍ଟିକ ହିରୋଙ୍କୁ ଝୁରୁଛି ପୂରା ଓଡ଼ିଶା
ଉତ୍ତମ ମହାନ୍ତିଟ୍ଟଜଣେ ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ୯୦ ଦଶକର ସେ ଥିଲେ ବେଫିକର ବାଦଶାହ । ଖାସ କରି ଅଭିନେତ୍ରୀ ତଥା ସ୍ତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡି ଥିବା ନଂ ୱାନ । ସତେ ଯେମିତି ଏ ଯୋଡ଼ିକୁ ଟକ୍କର ଦେବା କାହା ପକ୍ଷରେ ସମ୍ଭବ ନଥିଲା । ଡଙ୍ଗା ଉପରେ ଗୋରୀ ଲୋ ଗୋରୀ ହେଉ ଧୋତି ପିନ୍ଧି ମୁଁ ସରପଂଚ ବାବୁ ମୁଁ ସରପଂଚ ବାବୁ ଗୀତ ହେଉ । ଆଜି ମନେ ପଡ଼ିଲେ ଗୁଣୁଗୁଣାନ୍ତି ଆମେ ସମସ୍ତେ ।
ଅଭିମାନ, ରାମାୟଣ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ସମୟ ବଡ ବଳବାନ, ପୂଜାଫୁଲ, ତୁଣ୍ଡ ବାଇଦ, ସରପଂଚ ବାବୁ, ଭୀଷ୍ମ ପ୍ରତିଜ୍ଞା, କପାଳ ଲିଖନ, ଯଶୋଦା,ଲକ୍ଷ୍ଣଣ ରେଖା, ସୁହାଗ ସିନ୍ଦୁର ଓ ପୁଅ ମୋର ଭୋଳାଶଙ୍କର” ଭଳି ସୁପରହିଟ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା। ସମୟ ଯେତିକି ବଢିଥିଲା, ତାଙ୍କର ଚର୍ଚ୍ଚା ସେତିକି ଅଧିକ ହୋଇଥିଲା । ହେଲେ ଆଜି ସେ ଅଭିନୟର ବାଦଶାହ ନୀରବଟ୍ଟଝୁରୁଛି ଓଡ଼ିଶା, କାନ୍ଦୁଛନ୍ତି ପରିବାର ପ୍ରିୟଜନ । ସତରେ ମୃତ୍ୟୁ ଯେ ଚିରନ୍ତନ ସତ୍ୟ ଏହା ଆମକୁ ବୁଝିବାକୁ ପଡ଼ିବ ଗ୍ରହଣ କରିବାକୁ ପଡ଼ିବ ।
୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚିତ୍ର ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍, ସୁପରହିଟ୍ ଫିଲ୍ମ ଭେଟି ଦେଇ ଚାଲିଲେ।
୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ୧୩୫ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ସିନେମା ସହ ୩୦ରୁ ଅଧିକ ବେଙ୍ଗଲୀ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/02/28/D3f4tYHuNg5pejPUuuao.jpg)