କନକ ବ୍ୟୁରୋ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସରକାର ବଡ ଆକ୍ସନ ନେବା ଆରମ୍ଭ କରିଛନ୍ତି । ସର୍ବଦଳୀୟ ବୈଠକରେ ସବୁ ଦଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ଘଟଣା ସମ୍ପର୍କରେ ସବୁଦଳକୁ ଅବଗତ କରାଯାଇଛି । ସବୁ ଦଳ ଆକ୍ରମଣକୁ ନିନ୍ଦା କରିଛନ୍ତି । ବୈଠକରେ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ସରକାର ଯେଉଁ ପଦକ୍ଷେପ ନେବେ ତାକୁ ସମର୍ଥନ କରାଯିବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସରକାର କାର୍ଯ୍ୟାନୁଷ୍ଠାନ କଥା କହିଛନ୍ତି । ଏହାକୁ ପୁରା ସମର୍ଥନ କରାଯିବ ।

Advertisment

ସେପଟେ ଅମ୍ବାଲାରେ ଆଜି ଯୁଦ୍ଧାଭ୍ୟାସ କରିଛି ଭାରତୀୟ ବାୟୁସେନା । ଆକାଶରେ ଗର୍ଜିଛନ୍ତି ରାଫେଲ, ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି ।  ଭାରତ -ପାକିସ୍ତାନ  ଉତ୍ତେଜନା ମଧ୍ୟରେ ଯୁଦ୍ଧଭ୍ୟାସ କରିଛି  ବାୟୁସେନା । ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି ।