ଭିତରକନିକାର ବଉଳା  କୁମ୍ଭୀର ପ୍ରଜନନ କେନ୍ଦ୍ରରେ ନିସଙ୍ଗ ଜୀବନ ବିତାଉଛି ଧଳା କୁମ୍ଭୀର । ୬ ଫୁଟିଆ କୁଣ୍ଡରେ ଆବଦ୍ଧ ୪ ବର୍ଷୀୟ ଶ୍ୱେତା

Advertisment

ଧଳା କୁମ୍ଭୀର ଶ୍ୱେତା ମୁକ୍ତି ପାଇବ ନାଁ ଗୋରୀ ଓ ମଲ୍ଲୀ ପରି ଆବଦ୍ଧ ଓ ନିସଙ୍ଗ ଜୀବନ ବିତାଇବ ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ନିସଙ୍ଗ ଜୀବନ ବିତାଉଥିବାରୁ ୫୦ବର୍ଷର ଗୋରୀ ଓ ୨୦ ବର୍ଷର ମଲ୍ଲୀ ଏଯାଏଁ ମାଆ ହୋଇ ପାରିନାହାଁନ୍ତି।

ଧଳା କୁମ୍ଭୀର ଶ୍ୱେତା ମୁକ୍ତି ପାଇବ ନାଁ ଗୋରୀ ଓ ମଲ୍ଲୀ ପରି ଆବଦ୍ଧ ଓ ନିସଙ୍ଗ ଜୀବନ ବିତାଇବ ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ନିସଙ୍ଗ ଜୀବନ ବିତାଉଥିବାରୁ ୫୦ବର୍ଷର ଗୋରୀ ଓ ୨୦ ବର୍ଷର ମଲ୍ଲୀ ଏଯାଏଁ ମାଆ ହୋଇ ପାରିନାହାଁନ୍ତି।

14g

କନକ ବ୍ୟୁରୋ : ଭିତରକନିକାର ଡାଙ୍ଗମାଳ ସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ନିସଙ୍ଗ ଜୀବନ ବିତାଉଛି ଧଳା କୁମ୍ଭୀର। ୬ ଫୁଟିଆ କୁଣ୍ଡରେ ଆବଦ୍ଧ ଜୀବନ ବିତାଉଛି। ଶ୍ୱେତାକୁ ୪ବର୍ଷ ହେଲାଣି। ୩ ଫୁଟରୁ ଅଧିକ ଲମ୍ବ ହେଲାଣି। ନିୟମ ଅନୁସାରେ, କୁମ୍ଭୀରର ଲମ୍ୱ ୩ ଫୁଟରୁ ଅଧିକ ହେଲେ, ତାକୁ ଭିତରକନିକା ନଦୀ ନାଳରେ ଛାଡିବା କଥା। ହେଲେ ଶ୍ୱେତା କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ । ଧଳା କୁମ୍ଭୀର ଶ୍ୱେତା ମୁକ୍ତି ପାଇବ ନାଁ ଗୋରୀ ଓ ମଲ୍ଲୀ ପରି ଆବଦ୍ଧ ଓ ନିସଙ୍ଗ ଜୀବନ ବିତାଇବ ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ନିସଙ୍ଗ ଜୀବନ ବିତାଉଥିବାରୁ ୫୦ବର୍ଷର ଗୋରୀ ଓ ୨୦ ବର୍ଷର ମଲ୍ଲୀ ଏଯାଏଁ ମାଆ ହୋଇ ପାରିନାହାଁନ୍ତି। ମଲ୍ଲୀ ସହ ପୁରୁଷ କୁମ୍ଭୀରର ମିଳନ ପ୍ରକ୍ରିୟା ହୋଇପାରିନି। ଏଭଳି ସ୍ଥିତିରେ ଶ୍ୱେତାର ଭାଗ୍ୟ କ’ଣ ହେବ। ବନବିଭାଗ ବି ଠୋସ୍ ନିଷ୍ପିତି ନେଇ ପାରୁନି। ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳ ଠାରେ ଥିବା ବଉଳାକୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ପର୍ୟ୍ୟଟକଙ୍କ ଆକର୍ଷଣ ସାଜିଛି ଧଳା କୁମ୍ଭୀର ଶ୍ୱେତା। ଦେଢ ବର୍ଷ ତଳେ ବନବିଭାଗର ଅଧିକାରୀ ଓ କୁମ୍ଭୀର ବିଶାରଦମାନେ ଧଳା କୁମ୍ଭୀରର ନାମ ଶ୍ୱେତା ରଖିଥିଲେ। ଶ୍ୱେତାର ଏହି ରୂପ ଯୋଗୁଁ ଅନ୍ୟ କୁମ୍ଭୀରମାନଙ୍କ ପରି ମୁକ୍ତ ନଦୀକୁ ଯାଇ ପାରୁନି। ତାର ଏହି ସୁନ୍ଦରତା ପାଇଁ ଭବିଷ୍ୟତ ଅନ୍ଧାର ହୋଇଯିବନି ତ? ଶ୍ୱେତାର ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe