ସାପ୍ତାହିକ ହାଟରୁ ଲକ୍ଷାଧିକ ରୋଜଗାର, ସର୍ବାଧିକ ରାଜସ୍ୱ ଆଦାୟ ପାଇଁ ସମ୍ମାନିତ ହେଲା ଏହି ହାଟ

ପ୍ରତି ବୁଧବାର ଦିନ ବସେ ହାଟବାଦଡ଼ା ହାଟ। ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି। ସମସ୍ତ ଘରୋଇ ଉପକରଣ ଠାରୁ ଆରମ୍ଭ କରି ଗାଈ,ଛେଳି, ସୁନା ଗହଣା ସହ ଆଦିବାସୀ ପାରମ୍ପରିକ ପୋଷାକ ପାଇଁ ପ୍ରସିଦ୍ଧ ଲାଭ କରିଛି ଏହି ହାଟ । ଗୋଟିଏ ସ୍ଥାନରେ ସବୁ ସାମଗ୍ରୀ ମିଳୁଥିବାରୁ ବୁଧବାରକୁ ଅପେକ୍ଷା କରିଥାନ୍ତି ସମସ୍ତେ । ଗତ ଆର୍ଥିକ ବର୍ଷରେ ଏହି ହାଟରୁ ୯୨ ଲକ୍ଷ ୩୬ ହଜାର ୭୧୮ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । 

}þòZþòþ

କନକ ବ୍ୟୁରୋ : ଦେଶରେ ଦ୍ବିତୀୟ, ଓଡ଼ିଶାରେ ପ୍ରଥମ ବୃହତମ ହାଟ । ଗୋଟିଏ ହାଟରୁ ପ୍ରାୟ କୋଟିଏ ଟଙ୍କାର ରୋଜଗାର । ରାଜ୍ୟର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ରହିଛି ଦେଶର ସର୍ବ ବୃହତ୍‌ ସାପ୍ତାହିକ ହାଟ । ଯେଉଁଠୁ ସବୁ ପ୍ରକାର ସାମଗ୍ରୀ ପାଇ ପାରନ୍ତି ଗ୍ରାହକ। ଶାଢ଼ି ଚୁଡ଼ି ଠାରୁ ଆରମ୍ଭ କରି ଛୁଞ୍ଚି ସୂତା। ଖଟପଲଙ୍କ ସାଙ୍ଗକୁ ସୁନା ଗହଣା। ଡାଲି, ଚାଉଳରୁ କଂସା ବାସନ। ମାଛ ମାଂସରୁ ଶୁଖୁଆ, ସବୁ ମିଳେ ସପ୍ତାହକୁ ଗୋଟିଏ ଦିନ ବସୁଥିବା ହାଟରେ । କୁସୁମୀ ବ୍ଲକ୍ ହାଟବାଦଡା ସାପ୍ତାହିକ ହାଟରୁ ସର୍ବାଧିକ ରାଜସ୍ୱ ଆଦାୟ ହୋଇଛି । ସେଥିପାଇଁ ଏହି ହାଟବାଦଡ଼ା ହାଟକୁ ଜାତୀୟ ପଞ୍ଚାୟତ ସମ୍ମାନ ୨୦୨୩-୨୪ ପ୍ରଦାନ କରାଯାଇଛି ।

ପ୍ରତି ବୁଧବାର ଦିନ ବସେ ହାଟବାଦଡ଼ା ହାଟ। ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି। ସମସ୍ତ ଘରୋଇ ଉପକରଣ ଠାରୁ ଆରମ୍ଭ କରି ଗାଈ,ଛେଳି, ସୁନା ଗହଣା ସହ ଆଦିବାସୀ ପାରମ୍ପରିକ ପୋଷାକ ପାଇଁ ପ୍ରସିଦ୍ଧ ଲାଭ କରିଛି ଏହି ହାଟ । ଗୋଟିଏ ସ୍ଥାନରେ ସବୁ ସାମଗ୍ରୀ ମିଳୁଥିବାରୁ ବୁଧବାରକୁ ଅପେକ୍ଷା କରିଥାନ୍ତି ସମସ୍ତେ । ଗତ ଆର୍ଥିକ ବର୍ଷରେ ଏହି ହାଟରୁ ୯୨ ଲକ୍ଷ ୩୬ ହଜାର ୭୧୮ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । 

ବ୍ୟବସାୟକୁ ଦୃଷ୍ଟିରେ ରଖି ଏହି ହାଟକୁ “ଜାତୀୟ ପଂଚାୟତ ଆୱାର୍ଡ”ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ଟିମର ତଦନ୍ତ ରିପୋର୍ଟ ଅନୁସାରେ ହାଟବାଦଡା ସାପ୍ତାହିକ ହାଟରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe