ଘର ଭିତରକୁ ପଶିଲା ବରଯାତ୍ରୀ ବସ୍ ; ୧୦ରୁ ଅଧିକ ଗୁରୁତର

ଘର ଭିତରକୁ ପଶିଲା ବରଯାତ୍ରୀ ବସ୍ ।  ୧୦ରୁ ଅଧିକ ଗୁରୁତର ।  ବାଲେଶ୍ୱର ଔପଦା ପାଣିସାଉଁଲି ଛକ ନିକଟରେ ଦୁର୍ଘଟଣା ।  ଡ୍ରାଇଭର ଫେରାର, ପୋଲିସ ତଦନ୍ତ ଦାବି ।

balasore

balasore Photograph: (kanakNews)

କନକ ବ୍ୟୁରୋ: ଘର ଭିତରକୁ ପଶିଲା ବରଯାତ୍ରୀ ବସ୍ । ୧୦ରୁ ଅଧିକ ବରଯାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଔପଦା ପାଣିସାଉଁଲି ଛକ ନିକଟରେ ଦୁର୍ଘଟଣା ଘଟିଛି। ଡ୍ରାଇଭରର ଅସାବଧାନତା ଯୋଗୁ ବସ୍‌ଟି ଛକ ନିକଟରେ ଥିବା ଏକ ଦୋକାନକୁ ପଶି ଯାଇଥିଲା । ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଲୋକେ ବାହାରକୁ ଆସି ବରଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଖଇରା, ସୋର ଓ ଔପଦା ମେଡିକାଲକୁ ପଠାଇଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିଲାଵେଳେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି କ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe