ଆସନ୍ତାକାଲି ସନ୍ଧ୍ୟାରୁ ବଦଳିବ ପାଗ । ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା।

ଅବପାତରେ ପରିଣତ ହେଲା ଲଘୁଚାପ। ଭାରତୀୟ ପାଣିପାଗ ବିଭାଗର ସୂଚନା, ପାରାଦୀପ ଠାରୁ ୭୩୦ କିମି ଦୂର ବଙ୍ଗୋପସାଗରରେ ହୋଇଛି କେନ୍ଦ୍ରୀଭୂତ

barsa from 23

କନକ ବ୍ୟୁରୋ: ଅବପାତରେ ପରିଣତ ହେଲା ଲଘୁଚାପ। ଭାରତୀୟ ପାଣିପାଗ ବିଭାଗର ସୂଚନା, ପାରାଦୀପ ଠାରୁ ୭୩୦ କିମି ଦୂର ବଙ୍ଗୋପସାଗରରେ ହୋଇଛି କେନ୍ଦ୍ରୀଭୂତ। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ କରିବ। ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ। ଏହା ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେବ। ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ରାଜ୍ୟରେ ଆସନ୍ତାକାଲି ସନ୍ଧ୍ୟାରୁ ବଦଳିବ ପାଗ। କାଲି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ସମ୍ଭବନା ରହିଛି। ପୁରୀରୁ ସାଗର ଦୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା। ଏଥିପାଇଁ, ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଆଗକୁ ବାତ୍ୟାର ରୂପ ରେଖ ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe