କନକ ବ୍ୟୁରୋ : ୨୪ ତାରିଖ ରାତିରୁ ଉପକୂଳରେ ମାଡ଼ ହେବ ଦାନା । ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିଛି । ୧୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି । ଆଜି ମଧ୍ୟରାତ୍ର କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଭିତରକନିକା- ଧାମରା ପାଖାପାଖି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ । ଦାନା ପ୍ରଭାବରେ ଆଜି ସଂଧ୍ୟାରୁ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ପବନ ବହିବା ଆରମ୍ଭ କରିଦେଇଛି । ତେବେ ଦାନା ସ୍ଥଳଭାଗ ଛୁଇଁବା ସମୟରେ ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବ । ଆସନ୍ତାକାଲି ଓ ୨୫ ତାରିଖରେ ବର୍ଷା ଜାରି ରହିବ । ସେତେବେଳେ ବର୍ଷା ସହ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ୭ ଫୁଟ ଉଚ୍ଚରେ ଉଠିବ ସମୁଦ୍ର ଜୁଆର ।