କନକ ବ୍ୟୁରୋ : କୋରେଇ ବ୍ଲକର ୨୮ ପଞ୍ଚାୟତକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ଯାହାର ଦାୟିତ୍ବ ତାମିଲନାଡୁର ଏକ ଠିକା ସଂସ୍ଥାକୁ ଦିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୨ଲକ୍ଷ ଲୋକ ଉପକୃତ ହେବେ । ବୈତରଣୀ ଓ ଖରସ୍ରୋତାରୁ ପାଣି ଉଠାଇ ବିଶୋଧନ କରି ଲୋକଙ୍କ ଯୋଗାଇ ଦିଆଯିବ । ହେଲେ ଠିକା ସଂସ୍ଥାର ମନମାନୀ ଓ ସରକାରୀ ଅବ୍ୟବସ୍ଥା ପାଇଁ ଅବଧି ସରିବା ପରେ ମଧ୍ୟ କାର୍ଯ୍ୟ ସରିନାହିଁ । ତୁରନ୍ତ ଠିକା କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଦାବି ହୋଇଛି ।
କୋରେଇରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା । ଗୋଟିଏ ନଳକୂପ, ପୋଖରୀ କିମ୍ବା କୂଅ ପାଣି ଭରସାରେ ଚଳୁଛି ପୁରା ଗାଁ । ଗୋଟିଏ ପଟେ ଲୋକ ଜଳକଷ୍ଟ ଭୋଗୁଛନ୍ତି, ଅନ୍ୟପଟେ ବିଡ଼ିଓ କହିଛନ୍ତି ଖରାଦିନିଆ ଜଳ କଷ୍ଟ ପ୍ରତି ପ୍ରଶସାନ ସଜାଗ ଅଛି । ଖୁବଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାମ ସାରି ଗାଁ ଗାଁରେ ପହଂଚିବେ ପାଣି ।
ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କେବେ ସରିବ ତାହା ଏବେ ବଡ଼ ପ୍ରଶ୍ନ ।