ତଳକୁ ତଳ ଖସୁଛି ଡ୍ୟାମ୍ ପାଣି  ; ପାଣି ପାଇଁ ଚିନ୍ତାରେ ଚାଷୀ

ଦିନକୁ ଦିନ ତଳକୁ ତଳ ଖସୁଛି କୋଲାବ ଡ୍ୟାମ୍‌ ଜଳସ୍ତର । ଗତବର୍ଷ ତୁଳନାରେ ୩ ମିଟର କମି ଗଲାଣି ପାଣି । ବିଦ୍ୟୁତ୍‌ ପ୍ରଭାବିତ । ଚାଷ ପାଇଁ ମିଳୁନି ପାଣି, ଜୟପୁର ଓ କୋଟପାଡ଼ରେ ହତାସ ଚାଷୀ।

Dam water depletes

Dam water depletes Photograph: (KanakNews)

କନକ ବ୍ୟୁରୋ: ଖସୁଛି କୋଲାବ ଡ୍ୟାମ୍‌ ଜଳସ୍ତର । ଗତବର୍ଷ ତୁଳନାରେ କମି ଯାଇଛି ଚଳିତ ବର୍ଷ ଜଳସ୍ତର । ବର୍ତ୍ତମାନ ଜଳସ୍ତର ରହିଛି ୮୪୭.୫୫ ମିଟର । ଗତ ବର୍ଷ ଥିଲା ୮୫୦ ମିଟର । ୩ ମିଟରରୁ ଅଧିକ ପାଣି କମି ସାରିଲାଣି । ଫଳରେ ବିଦ୍ୟୁତ୍‌ ଉତ୍ପାଦନ ୩୦ ମେଗାୱାଟକୁ ଖସି ଆସିଛି । ଜଳାଭାବ ଯୋଗୁଁ କୋରାପୁଟ ଜିଲ୍ଲାର ଜୟପୁର ଓ କୋଟପାଡ଼ ବ୍ଳକର ଶତାଧିକ ଚାଷୀ ହତାସ ହୋଇପଡ଼ିଛନ୍ତି ।

ଖରା ବଢୁଛି, ଭୂତଳ ଜଳସ୍ତର କମି କମି ଯାଉଛି । ଏପଟେ ବର୍ଷା ବି ନାହିଁ , ଯାହାର ପ୍ରଭାବ ଏବେଠୁ କୋଲାବ ଜଳଭଣ୍ଡାରରେ ଦେଖିବାକୁ ମିଳିଲାଣି । ବର୍ତ୍ତମାନ ଡ୍ୟାମ୍‌ରେ ୧୬.୭୯% ଜଳ ଗଚ୍ଛିତ ରହିଛି ଯାହା  ଗତବର୍ଷ ଅପେକ୍ଷା ପ୍ରାୟ ୧୬% କମ୍ । ଜଳଭଣ୍ଡାରର ଏଭଳି ଅବସ୍ଥା ଯୋଗୁଁ ବିଦ୍ୟୁତ୍‌ ଉତ୍ପାଦନ ସହ ଚାଷ ପ୍ରଭାବିତ ହୋଇଛି । ରବି ଚାଷ ପାଇଁ ବିଗତ ବର୍ଷ ଭଳି ଚଳିତ ବର୍ଷ ବି ଡ୍ୟାମ୍‌ରୁ ପାଣି ଛଡ଼ା ଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପାଣି ବନ୍ଦ କରିଦେଇଛି ବିଦ୍ୟୁତ୍‌ ବିଭାଗ । ଫଳରେ ଜୟପୁର ବ୍ଳକର ବଡ଼ ମଣ୍ଡାପଦର, ସାନ ମଣ୍ଡାପଦର, ହାଡ଼ିଆ ସିନ୍ଧିଗାଁ ପୁଟ୍ରା, ତେଲିଆ ଗାଁରେ ଧାନ ଫସଲ ଶୁଖିବାକୁ ବସିଲାଣି।

କୋଲାବରେ କେତେ ପାଣି? 

କୋଲାବ ଡ୍ୟାମ୍‌ର ସର୍ବାଧିକ ଜଳ ଧାରଣ କ୍ଷମତା ୮୫୮ ମିଟର ଓ ସର୍ବନିମ୍ନ ୮୪୪ ମିଟର । ୮୪୪ ମିଟର ଉଚ୍ଚରେ ଥିବା ଜଳରେ ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନ ହେବ ।
ବର୍ତ୍ତମାନ ୮୪୭.୫୫ ମିଟର ପାଣି ରହିଛି । 
ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା ୮୫୦ ମିଟର ।

ଏବେ ଧାନ ଫୁଲ ଉଡ଼ାଉଥିବା ସମୟରେ ପାଣିର ଅଧିକ ଆବଶ୍ୟକ ହୋଇଥାଏ । ତାତି ବଢ଼ିଥିବାରୁ ମାଟିର ଆଦ୍ରତା ମଧ୍ୟ ଶୁଖି ଯାଉଛି। ବର୍ତ୍ତମାନ ଯଦି କୋଲାବ କେନାଲରେ ପାଣି ନଆସେ ତେବେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe