କନକ ବ୍ୟୁରୋ : ବୁଢ଼ାବଳଙ୍ଗରେ ବଢୁଛି ପାଣି । ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ପାଇଁ ବଢି ବଢି ଚାଲିଛି ବୁଢାବଳଙ୍ଗ ର ଜଳସ୍ତର , ଯେ କୌଣସି ମୁହୂର୍ତ୍ତରେ ବିପଦ ସଙ୍କେତ ଲଙ୍ଘିପରେ ବୁଢ଼ାବଳଙ୍ଗ । ଶିମିଳିପାଳ ର ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ । ବରେହିପାଣିରେ ସର୍ବାଧିକ ୧୭୪.୪୮୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏବେ ବାରିପଦା ସହରର ମଧୁବନ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବୁଢ଼ାବଳଙ୍ଗର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାବେଳେ ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ବାରିପଦା ମ୍ୟୁନିସିପାଲିଟିର ୭,୮ ଓ ୯ ନମ୍ବର ୱାର୍ଡ ରେ ବସବାସ କରୁଥିବା କିଛି ଲୋକଙ୍କ ଘରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି ।