କନକବ୍ୟୁରୋ: ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ସମୁଦାୟ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ । ହୀରାକୁଦ ଜଳଭଣ୍ଡାରକୁ ଇନଫ୍ଲୋ ବଢିବାରେ ଲାଗିଥିବାବେଳେ ଆଜି ପର୍ଯ୍ୟାୟକ୍ରମେ ୧୬ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ  ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି  ।

Advertisment

ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ  ଆଜି ଜଳସ୍ତର ବୃଦ୍ଧି ପାଇ ୬୨୮.୨୯ ଫୁଟରେ ପହଂଚିଥିବାବେଳେ ଇନଫ୍ଲୋ ମଧ୍ୟ ବୃଦ୍ଧି ପାଇ ୩ ଲକ୍ଷ ୪୧୧ ହଜାର ୪୧କ୍ୟୁସେକରେ ପହଂଚିଛି।

ସେହିପରି ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ୩ଲକ୍ଷ ୨ ହଜାର ୮୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ । 

ବର୍ତ୍ତମାନ ମାତ୍ର ୨ ଫୁଟ୍ ଫ୍ଲଡ ସ୍ପେସ୍ ରହିଛି। ତେବେ ଇନଫ୍ଲୋ ବଡୁଥିବାବେଳେ ଡ୍ୟାମ ଖାଲି କରାନଗଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।