କନକ ବ୍ୟୁରୋ : ଅଳିଆ ଆବର୍ଜନାରେ ଏହି ଜଳାଶୟ ଭର୍ତ୍ତି  ହୋଇଛି । ଯିଏ ପାରିଲେ ଅଳିଆ ଫିଙ୍ଗୁଛନ୍ତି  । ଜଳାଶୟର ଗର୍ଭ ଆବର୍ଜନାର ପାହାଡ଼ ପାଲଟିଲାଣି। ଭୁବନେଶ୍ବରର ଅନ୍ୟ ନଦୀନାଳର ବି ସମାନ ଅବସ୍ଥା।  ନା କାହାର ଚିନ୍ତା ଅଛି ନା କେହି ସଚେତନ ! ସରକାରଙ୍କଠାରୁ ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ।  ମଶାବଂଶ ବୃଦ୍ଧି ପାଇଁ ଏହି ପାଣି ପ୍ରମୁଖ କାରଣ ହୋଇଥିବା ବେଳେ ରୋଗ ବ୍ୟାପିବାର ଆଶଙ୍କା ରହିଛି ।

Advertisment

ଏହି ଜଳାଶୟ ଓ ନଦୀନାଳ ପାଖ  ଅଞ୍ଚଳର ନଦୀନାଳକୁ ସଂଯୋଗ  ହୋଇଥିବାରୁ ଏହାର କୁପ୍ରଭାବ କେବଳ ଭୁବନେଶ୍ୱର ନୁହେଁ, ଅନ୍ୟ ଜିଲ୍ଲା ଉପରେ ପଡ଼ିବାର ମଧ୍ୟ  ଅଧିକ ଆଶଙ୍କା ରହିଛି। ପ୍ରଦୂଷିତ ପାଣି ବ୍ୟବହାର କରି ଶହଶହ ଲୋକ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ସରକାର ଏବେଠୁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହ ଏହାର ନିରାକରଣ କରିବା ନିତାନ୍ତ ଆବଶ୍ୟକ ବୋଲି ପରିବେଶବିତ୍ ମତ ଦେଇଛନ୍ତି । 

ନଦୀନାଳ ପ୍ରଦୂଷଣର  ତୁରନ୍ତ  ପ୍ରତିକାର କରା ନନଗଲେ ଆଗକୁ ସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି।