କନକ ବ୍ୟୁରୋ : କେତେ ଟଙ୍କାର ହୋଇଛି ଡିଲ୍ । ୫୦ ହଜାର ପୁରସ୍କାର ରାଶି ସତ୍ତ୍ୱେ ମୋଷ୍ଟ ୱାଣ୍ଟେଡ୍ ଙ୍କ ଟେର୍‌ ପାଉନି ପୁଲିସ । ୬ଦିନ ହେଲା ଅନ୍ଧାରରେ ବୁଲୁଛି ପୁଲିସ । ଦୁଇ ଦୁର୍ଦ୍ଦାନ୍ତ ବନ୍ଦୀ ଚମ୍ପଟ ମାରିବା ଘଟଣାର ତଦନ୍ତ ରିପୋର୍ଟ ଜେଲ ଡିଆଇଜି ଅନୁସୟା ଜେନା ଦାଖଲ କରିଛନ୍ତି । ଡିଜିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ସାରି ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି । ରିପୋର୍ଟରେ ଉଲ୍ଲେଖ ରହିଛି ଜେଲ୍‌ରୁ କେମିତି ଖସିଲେ କଏଦୀ, କଏଦୀ ଆଗରୁ ଦୁଇ ଦୁଇ ଥର ଖସିବାକୁ ଉଦ୍ୟମ କରିଥିଲେ । ଏହା ସତ୍ତ୍ୱେ କେମିତି ଜାଣିପାରିଲେନି ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌ କର୍ମଚାରୀଙ୍କ ସଂପୃକ୍ତି ଥିବା ଇଙ୍ଗିତ କରିଛନ୍ତି । 

Advertisment

ପୂରା ଘଟଣାରେ ଜେଲ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ ବଢୁଛି । ଜେଲର ୫ ଜଣ ୱାର୍ଡର ଏବଂ ଚିଫ୍ ୱାର୍ଡରଙ୍କ ହେବ ଲାଇ ଡିଟେକସନ୍‌ ଟେଷ୍ଟ । ଏଥିପାଇଁ କୋର୍ଟଙ୍କ ଅନୁମତି ଲାଗି ଆବେଦନ କରିଛି ପୁଲିସ । ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଭିନ୍ନ ଭିନ୍ନ ସେଲରେ ଥିଲେ । ହେଲେ ଦୁଇଟି ସେଲ୍ ନିର୍ଦ୍ଦିଷ୍ଟ ଏକ ପାଇଖାନା ସହ ଲିଙ୍କ୍ ଥିଲା । ପାଇଖାନା ଯାଞ୍ଚ ବେଳେ ପୁଲିସକୁ ଏକ ସିମ୍‌ବିହୀନ ମୋବାଇଲ ବି ପାଇଛି । ମୋବାଇଲରୁ ସୁରାଗ ମିଳିବା ଆଶା ରଖିଛି ପୁଲିସ । କେବେ ଧରାପଡ଼ିବେ ଚମ୍ପଟ୍ ଦୁଇ ଦୁର୍ଦ୍ଦାନ୍ତ କଏଦୀ । ତଦନ୍ତ ରିପୋର୍ଟ୍ ପରେ ଆଗକୁ କିଏ ନିଲମ୍ବିତ ହେବେ, କାହା ଉପରେ ବଡ଼ ଆକ୍ସନ ହେଉଛି ତାକୁ ହିଁ ଦେଖିବାର କଥା ।