କନକ ବ୍ୟୁରୋ : ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ । 

Advertisment

ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ । ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । 

ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ବିରାମ ଲାଗିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଅଚାନକ ଯୁଦ୍ଧ ବିରତି ଘୋଷଣା ପଛରେ ବଡ କୂଟନୈତିକ ପ୍ରଭାବ ରହିଛି । ସୂତ୍ର ସୂଚନା ମୁତାବକ କିଛିଦିିନ ହେବ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ନିଜ ପଦ ସମକକ୍ଷ ଆମେରିକା ସହ ଲଗାତର ଆଲୋଚନା ଜାରି ରଖିଥିଲେ । ସୀମାରେ ବଢୁଥିବା ଅଶାନ୍ତି ଉପରେ ବିରାମ ଲଗାଇ ଶାନ୍ତି ଫେରାଇଆଣିବା ଏହି ଆଲୋଚନାର ଉର୍ଦ୍ଦେଶ୍ୟ ଥିଲା ।