କନକ ବ୍ୟୁରୋ: ଆଖି ଯେତେଦୂର ଯାଏଁ ଯାଉଛି ଖାଲି ପୋଟଳ ଆଉ ପୋଟଳ । ଏହା କୌଣସି ବଡ଼ ଲୋକଙ୍କ ଫାର୍ମ ହାଉସର ଚିତ୍ର ନୁହେଁ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ହେମଗିରି ବ୍ଲକର ସୁରୁଲତା ଗାଁ। ଯେଉଁ ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ବି ନାହିଁ । ସେହିଭଳି ପଛୁଆ ଅଂଚଳରେ ରୁହନ୍ତି ସଫଳ ଚାଷୀ । ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୧ରୁ ଚାଷୀଙ୍କୁ ତାଲିମ ଦିଆଯାଇଛି। ୧୯ ଜଣ ଚାଷୀ ଏକତ୍ରିତ ହୋଇ ୨୭ ଏକର ଜମିରେ ପୋଟଳ ଚାଷ କରିଛନ୍ତି । ବର୍ଷସାରା ପୋଟଳ ଦର ଅଧିକ ରହୁଥିବା ବେଳେ ୮ ମାସ ଫଳ ଅମଳ ହୋଇଥାଏ । ଏହାର କନ୍ଦା ମଧ୍ୟ ଉଚ୍ଚ ଦରରେ ବିକ୍ରି କରାଯାଏ । ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ପୋଟଳ ଅମଳ କରି ସେମାନେ ସୁନ୍ଦରଗଡ଼ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଇଘର, ବିଳାସପୁର, ରାୟପୁର ଭଳି ବଡ଼ବଡ଼ ସହରକୁ ବିକ୍ରି ପାଇଁ ପଠାଉଛନ୍ତି । ଆଉ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।
ପୋଟଳ ଚାଷ ଏହି ଗାଁର ଚାଷୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ୨୦୨୧-୨୨ରେ ୩ ଲକ୍ଷ ୫୦ ହଜାର, ୨୦୨୨-୨୩ରେ ୮ଲକ୍ଷ ୫୦ ହଜାର, ୨୦୨୩-୨୪ରେ ୧୨ ଲକ୍ଷ , ୨୦୨୪-୨୫ରେ ୧୫ ଲକ୍ଷ, ୨୦୨୫-୨୬ରେ ୧୫ ଲକ୍ଷ ଟଙ୍କା ଆୟ କଲେଣି ଚାଷୀ । ଚଳିତ ବର୍ଷ ୨୦ ଲକ୍ଷ ଟଙ୍କା ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି ଚାଷୀ । ଏହିଭଳି ଭାବରେ ହିସାବ କଲେ ୨୦୨୧ ରୁ ୨୦୨୫ ମଧ୍ୟରେ ୭୫ ଲକ୍ଷ ଟଙ୍କାର ଆୟ କେବଳ ପୋଟଳ ଚାଷରୁ ହୋଇଛି । ଏହି ଚାଷରୁ ଭଲ ଲାଭ ହେଉଥିବାରୁ ଆଗକୁ ଚାଷୀ ମାନେ କେବଳ ପୋଟଳ ଚାଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us