ଗାଁ ମହିଳାଙ୍କୁ ପରିଚୟ ଦେଲା ହସ୍ତଶିଳ୍ପ କାମ: ଉଲରେ ବିଭିନ୍ନ ପ୍ରକାରର ଶୀତବସ୍ତ୍ର ପ୍ରସ୍ତୁତ କରୁଛନ୍ତି ୭୫ ଜଣ ମହିଳା

Advertisment

ହସ୍ତଶିଳ୍ପ କାର୍ଯ୍ୟ ଶିଖି ୭୫ ଜଣ ଗାଁ ମହିଳାଙ୍କ ପରିଚୟ ବଦଳିଛି। ଉଲ ସୂତାକୁ ବ୍ୟବହାର କରି ହାତରେ ବୁଣୁଛନ୍ତି ବିଭିନ୍ନ ପ୍ରକାର ଶୀତବସ୍ତ୍ର। ଆଉ ଏହାକୁ ବଜାରରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେଵା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

ହସ୍ତଶିଳ୍ପ କାର୍ଯ୍ୟ ଶିଖି ୭୫ ଜଣ ଗାଁ ମହିଳାଙ୍କ ପରିଚୟ ବଦଳିଛି। ଉଲ ସୂତାକୁ ବ୍ୟବହାର କରି ହାତରେ ବୁଣୁଛନ୍ତି ବିଭିନ୍ନ ପ୍ରକାର ଶୀତବସ୍ତ୍ର। ଆଉ ଏହାକୁ ବଜାରରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେଵା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

dwdwdw

କନକ ବ୍ୟୁରୋ: ହସ୍ତଶିଳ୍ପ କାର୍ଯ୍ୟ ଶିଖି ୭୫ ଜଣ ଗାଁ ମହିଳାଙ୍କ ପରିଚୟ ବଦଳିଛି। ଉଲ ସୂତାକୁ ବ୍ୟବହାର କରି ହାତରେ ବୁଣୁଛନ୍ତି ବିଭିନ୍ନ ପ୍ରକାର ଶୀତବସ୍ତ୍ର। ଆଉ ଏହାକୁ ବଜାରରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେଵା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

ଗାଁ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ । ନିଜସ୍ବ ଉଦ୍ୟମରେ ଗଢ଼ିଲେ ନିଜର ଭାଗ୍ୟ। ନୂଆ କିଛି କରିବାର ଲକ୍ଷ୍ୟ ନେଇ ଆରମ୍ଭ କରିଛନ୍ତି ହସ୍ତଶିଳ୍ପ କାମ । ଆଉ ଉଲରେ ହାତ ତିଆରି ସାମଗ୍ରୀ ତିଆରି କରି ନୂଆ ପରିଚୟ ସୃଷ୍ଟି କରିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ପଂଚାୟତର ୭୫ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି। ୧୫ ବର୍ଷ ତଳେ ଗାଁର ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ୨୦୨୦ରେ ମହିଳା ମାନେ ହସ୍ତଶିଳ୍ପକୁ ନେଇ ଆରମ୍ଭ କଲେ ବାବା ଭୂଷଣ୍ଡେସ୍ୱର ଉତ୍ପାଦିକା ଗୋଷ୍ଠୀ । ଗାଁ ମହିଳା ମାନେ ଏକାଠି ହୋଇ ଉଲରେ ଶିତବସ୍ତ୍ର ତିଆରି କଲେ । ସ୍ବେଟର, ଟୋପି, ମଫଲର, ବେଡ଼ସିଟ, ଡ଼ାଈନିଙ୍ଗ କଭର, ସୋଫା କଭର, ଡୋର ସ୍କ୍ରିନ, ଟେବୁଲ କ୍ଲଥ ସହ କଇଁଛ, ଶୁଆ, କୁକୁଡ଼ା, କଣ୍ଢେଇ ତିଆରି କରି ମିଶନ ଶକ୍ତି ବଜାର ଓ ଓରମାସ ଜରିଆରେ ବିକ୍ରି କରୁଛନ୍ତି । 

ପ୍ରତ୍ୟେକ ମହିଳା ୫୦୦ ଲେଖାଏଁ ଟଙ୍କା ଦେଇ ଆରମ୍ଭ କରିଥିଲେ ବାବା ଭୂଷଣ୍ଡେଶ୍ୱର ଉତ୍ପାଦିକା ଗୋଷ୍ଠୀ। ଆଉ ୪ ବର୍ଷ ମଧ୍ୟରେ ଏହି ଗୋଷ୍ଠୀର ବ୍ୟବସାୟ ପ୍ରାୟ ୬ ଲକ୍ଷ ଟଙ୍କାରେ ପହଁଚିଲାଣି। ଏହି ବ୍ୟବସାୟୀରେ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପାଇଁ ମଧ୍ୟ ସାହାଯ୍ୟର ହାତ ବଢ଼ାଇ ପାରୁଛନ୍ତି। ଏହି ମହିଳା ମାନଙ୍କ କାମ ଏବେ ସ୍ଥାନୀୟ ଅଂଚଳର ମହିଳା ମାନଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe