କନକ ବ୍ୟୁରୋ: ସମସ୍ତେ ପ୍ରଭୁଙ୍କ ସହ ଏକାକାର ହୋଇଯାଇଛନ୍ତି,ଫଗୁ ଖେଳୁଛନ୍ତି । ରାଧାମାଧବଙ୍କ ଭକ୍ତିରେ ବିଭୋର । ସବୁଠି ଶନିବାର ହୋଲି ପାଳନ କରାଯିବ ହେଲେ ଡିହିରାକୁଳରେ ଏବେଠୁ ପାଳନ ହେଉଛି ଫଗୁ ଦଶମୀ । ଉଦଳା, କପ୍ତିପଦା ସମେତ ବାଲେଶ୍ୱରର ନୀଳଗିରି, ବରହମପୁର, ଅଯୋଧ୍ୟା ଆଦି ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ମେଢ଼ରେ ପ୍ରଭୁ ରାଧାମାଧବ ଆସି ଦୋଳ ମଣ୍ଡପରେ ବିଜେ କରିଛନ୍ତି । ଆଉ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ଫଗୁ ଖେଳ ।
ଦୀର୍ଘ ୫୫ବର୍ଷ ଧରି ଏହି ଡିହିରିକୁଳରେ ଏହି ପରମ୍ପରା ଚାଲଆସୁଛି । ପ୍ରଭୁ ରାଧାଗୋବିନ୍ଦଙ୍କ ଫଗୁ ଦଶମୀ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଜଗନ୍ନାଥ ସଂସ୍କୃତି ଆଧାରରେ ରାଧାଗୋବିନ୍ଦଙ୍କ ସହ ଶ୍ରଦ୍ଧାଳୁ ହୋଲି ଖେଳିଥାନ୍ତି । ଫଗୁଣର ଏହି ନିଆରା ପରମ୍ପରା ଗାଁକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ,ଫଗୁ ଦଶମୀରେ ସମସ୍ତେ ରଂଗାୟିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/10/eyjF6O29Wfw816pEuTyW.jpg)