କୁବେର କନିଷ୍ଠ ଯନ୍ତ୍ରୀଙ୍କ ଆୟର ଉତ୍ସ ଖୋଜୁଛି ଭିଜିଲାନ୍ସ । ଚଢାଉ ବେଳେ ମିଳିଲା ପାଣି ପାଉଚ୍ ଓ ଇଟା କମ୍ପାନୀ

 ଭୀମସେନଙ୍କ ଘରୁ ମାତ୍ର ୭୫ ହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ମିଳିଥିବାବେଳେ , ଅନ୍ୟ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଯେତେ ଫାଇଲ ଓଲଟାଇଲେ ସେତେ ସମ୍ପତ୍ତିର ତାଲିକା ମିଳିଲା । ଅସତ ଉପାୟରେ ଉପାର୍ଜିତ ଅର୍ଥରେ ବ୍ୟବସାୟ କରୁଥିଲେ ଭୀମସେନ। 

ZþKZKþqKþqKþqKZ

କନକ ବ୍ୟୁରୋ : ଗାଁ ମଝିରେ ଆଲିସାନ୍  ଘର। ଇଣ୍ଟେରିଅର ବି ବେଶ୍ ଆକର୍ଷଣୀୟ। ଆଉ ଘରେ ରହିଛି ସେଣ୍ଟ୍ରାଲ ଏସି । ଏହା କୌଣସି ଶିଳ୍ପପତିଙ୍କର ନୁହଁ, ଏହା ହେଉଛି କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର କୋଠା । ସେ ଯାଜପୁର ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ।  ଲାଂଚ ନେବା ବେଳେ ଧରାପଡିବା ପରେ ଏବେ ବାବୁଙ୍କ ଘରେ ମାରାଥନ୍ ନ ଚଢାଉ କରିଛି ଭିଜିଲାନ୍ସ ।

 ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଫେରୁଥିବାବେଳେ କଟକ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଟାଙ୍ଗୀ ଟୋଲ ଗେଟ୍ ନିକଟରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି। ଏହାପରେ ଆରମ୍ଭ ହୋଇଛି ତନାଘନା । ଭିଜିଲାନ୍ସର ଏକ ଟିମ୍ ତାଙ୍କ ପୈତୃକ ଗାଁ ବେଣ୍ଟପୁର ଘର ଓ ଅଫିସରେ ଚଢାଉ କରିଛି। 

 ଭୀମସେନଙ୍କ ଘରୁ ମାତ୍ର ୭୫ ହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ମିଳିଥିବାବେଳେ , ଅନ୍ୟ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଯେତେ ଫାଇଲ ଓଲଟାଇଲେ ସେତେ ସମ୍ପତ୍ତିର ତାଲିକା ମିଳିଲା । ଅସତ ଉପାୟରେ ଉପାର୍ଜିତ ଅର୍ଥରେ ବ୍ୟବସାୟ କରୁଥିଲେ ଭୀମସେନ। 

ଭୀମସେନଙ୍କ ପରିବାର ଉପର ମହଲାରେ ରହୁଥିବାବେଳେ ତଳ ମହଲାରେ ରହିଛି ଫର୍ଣ୍ଣିଚର ସୋ ରୁମ୍ ।  କେବଳ ଏତିକିରେ ସନ୍ତୁଷ୍ଟ ହେଲେନି ଭୀମସେନ। ଆରମ୍ଭ କଲେ ଇଟା ତିଆରି କାରଖାନା। ଘରଠାରୁ କିଛି ଦୁରରେ ରହିଛି ଏହି କାରଖାନା। ଏହି କାରଖାନାରେ କେତେ ଟଙ୍କା ବିନିଯୋଗ ହୋଇଛି , ଏସବୁର ହିସାବ ଚାଲିଛି।  ପାଣି ବୋତଲ ଫ୍ୟାକ୍ଟ୍ରି କରି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିଲେ ଭୀମସେନ। ଏହି କାରଖାନାରେ ଏକ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଥିବା ସୂଚନା ରହିଛି। 

କୋଟିକୋଟି ଟଙ୍କାର କାଠ କାରବାର ବି ହେଉଥିଲା ବାବୁଙ୍କ ଘରେ । ତାହା ପୁଣି ବେଆଇନ ଭାବେ । ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କାର ଶାଗୁଆନ ପଟା ଜବତ କରି ନିଜ ଅଧିନକୁ ନେଇଛି ବନ ବିଭାଗ । ଅନ୍ୟ କାଠ ସାମଗ୍ରୀର ହିସାବ ଚାଲିଛି। ସରକାରୀ ବାବୁଙ୍କର ଏସବୁ  ଆୟର ଉତ୍ସ ଖୋଜୁଛି ଭିଜିଲାନ୍ସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe