କନକବ୍ୟୁରୋ: ଡାକ୍ତରଙ୍କ ମହାନତା । ଭରା ନଈ ପାର ହୋଇ ରୋଗୀ ସେବା କଲେ ଡାକ୍ତର ଅନନ୍ତ କୁମାର ଡାର୍ଲି ଓ ସହଯୋଗୀ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ । ଗତ କିଛିଦିନ ହେବ ମାଥିଲି ଅଂଚଳରେ  ଡାଇରିଆ ବ୍ୟାପୁଛି । କର୍ତ୍ତନପାଲ୍ଲୀ ପଂଚାୟତ ଅଧିନସ୍ଥ ବାରା ଗାଁରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଈର ପ୍ରଖର ସ୍ରୋତ ଡେଇଁ ଡାକ୍ତରଖାନା ଯାଇ ପାରୁନାହାନ୍ତି ଆକ୍ରାନ୍ତ ।

Advertisment

ତେଣୁ ଭରା ନଈ ପାର ହୋଇ ରୋଗୀଙ୍କ ପାଖରେ ପହଂଚିଛନ୍ତି ଡାକ୍ତର ଅନନ୍ତ ଡାର୍ଲି। ପ୍ରଭାବିତ ଗାଁ ରେ ପହଂଚି ଆକ୍ରାନ୍ତଙ୍କ ଚିକିତ୍ସା କରାଇଛନ୍ତି । ମାଥିଲରେ ଏଇ କିଛି ଦିନରେ ଡାଇରିଆରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି   ।  ଗୋଟିଏ ପରିବାରର ୩ ଜଣ ଆଖି ବୁଝିବା ସ୍ୱାସ୍ଥ୍ୟସେବା ଉପରେ ପ୍ରଶ୍ନ ଉଠାଇଛି । ସେପଟେ ଡାକ୍ତରଙ୍କ ଉଦ୍ୟମ ପ୍ରଶଂସା ସାଉଁଟୁଛି   ।