କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ଟିମ୍ ଗଠନ କରିଛନ୍ତି । ବଡ଼ କଥା ହେଉଛି, ଦଳର ବହୁ ବରିଷ୍ଠଙ୍କୁ ଏହି ଟିମରେ ସ୍ଥାନ ମିଳିନାହିଁ । ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରା ଓ ନୃ୍ସିଂହ ସାହୁଙ୍କ ଭଳି ବରିଷ୍ଠଙ୍କୁ ବାଦ୍ ଦିଆଯାଇଛି । ଟିମରୁ ବାଦ୍ ପଡ଼ିବା ନେଇ ଯଦିଓ କେହି ସିଧାସିଧା ବିରୋଧ କରିନାହାନ୍ତି କିନ୍ତୁ ଏମାନଙ୍କ ଭିତରେ ନିରାଶା ସ୍ପଷ୍ଟ ଜଣାପଡ଼ୁଛି । କୁହାଯାଉଛି, ଯେଉଁ ବରିଷ୍ଠଙ୍କୁ ନୂଆ ଟିମରେ ସ୍ଥାନ ମିଳିନାହିଁ, ସେମାନେ ଆଗକୁ କ’ଣ କରିବେ ସେ ନେଇ ଉଠିଛି ପ୍ରଶ୍ନ । ୭୧ ଜଣିଆ ଟିମ୍‌ରେ ସବୁ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି ନବୀନ ପଟ୍ଟନାୟକ । ୧୫ ଉପସଭାପତି ଓ ୫୫ ସାଧାରଣ ସମ୍ପାଦକଙ୍କୁ ମିଳିଛି ଦାୟିତ୍ବ । ଏହାସହ ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛି ଦଳ । ନବୀନ ନିଜେ ଅଧ୍ୟକ୍ଷ ଥିଲାବେଳେ ଅନ୍ୟ ୯ ଜଣ ସଦସ୍ୟ ରହିଛନ୍ତି ।