କନକ ବ୍ୟୁରୋ: ଝାରସୁଗୁଡ଼ାରେ ନାବାଳକ ଦୁଷ୍କର୍ମ ମାମଲାରେ ସଜା ଶୁଣାଇଲେ ଏଡିଜେ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ । ବଡ଼ କଥାା ହେଉଛି ୫୫ ଦିନରେ ପ୍ରକାଶ ପାଇଛି ରାୟ । ଗତ ମାର୍ଚ୍ଚ ୨୩ ତାରିଖରେ ମାମଲା ରୁଜୁ ହୋଇଥିଲା । ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଘଟଣାର ୧୫ ଦିନରେ ମାମଲାର ଚାର୍ଜସିଟ ଦାଖଲ କରିଥିଲା ପୁଲିସ । ୨୭ ଜଣ ସାକ୍ଷ୍ୟ ଏବଂ ପ୍ରମାଣର ଆଧାରରେ ଏପ୍ରିଲ ୧୯ ତାରିଖରୁ ଚାଲିଥିଲା ଶୁଣାଣି ପ୍ରକ୍ରିୟା । ଆଜି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।