ରାସ୍ତା ଉପରେ ଉଠା ଦୋକାନୀ ; ଖତ ଖାଛି ଭେଣ୍ଡିଂ ଜୋନ୍

Advertisment

ଖତ ଖାଉଛି କେନ୍ଦ୍ରାପଡ଼ା ପୌରସଂସ୍ଥା ପକ୍ଷରୁ ତିଆରି ହୋଇଥିବା ଭେଣ୍ଡିଂ ଜୋନ । ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି ଉଠାଦୋକାନୀ । ୮ ବର୍ଷ ହେଲା ନିର୍ମାଣ ହୋଇ ଲାଗିଗଲାଣି କଳଙ୍କି। 

ଖତ ଖାଉଛି କେନ୍ଦ୍ରାପଡ଼ା ପୌରସଂସ୍ଥା ପକ୍ଷରୁ ତିଆରି ହୋଇଥିବା ଭେଣ୍ଡିଂ ଜୋନ । ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି ଉଠାଦୋକାନୀ । ୮ ବର୍ଷ ହେଲା ନିର୍ମାଣ ହୋଇ ଲାଗିଗଲାଣି କଳଙ୍କି। 

Vending zone

Vending zone Photograph: (KanakNews)

କନକ ବ୍ୟୁରୋ: ରାସ୍ତା ଉପରେ ଉଠା ଦୋକାନୀ। ଖତ ଖାଉଛି ଭେଣ୍ଡିଂ ଜୋନ୍‌। ୮ ବର୍ଷ ହେଲା ନିର୍ମାଣ ହୋଇଛି । ହେଲେ କାମରେ ଲାଗୁନି । ୨୦୧୭ରୁ କେନ୍ଦ୍ରାପଡ଼ା ପୌରସଂସ୍ଥା ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଭେଣ୍ଡିଂ ଜୋନ୍‌ । ତିନିମୁହାଣିରେ ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀଙ୍କୁ ଏଠାରେ ଥଇଥାନ କରାଯାଇଥାନ୍ତା । ହେଲେ ଏବେ ଯାଏଁ ଏହା ବ୍ୟବସାୟୀଙ୍କ କାମରେ ଲାଗିନି । ବିଦ୍ୟୁତ ସଂଯୋଗର ଅବହେଳା ଏବଂ ଘର ଗୁଡ଼ିକୁ ଛୋଟ ହୋଇଥିବାରୁ ବ୍ୟବସାୟୀ ବି ଏଠାରେ ବେପାର ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଫଳରେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। 

ଅନ୍ୟପଟେ ତିନି ମୁହାଣୀ ଅଞ୍ଚଳରେ ଶତାଧିକ ଉଠା ଦୋକାନୀ ଜୀବନକୁ ବାଜି ଲଗାଇ ରାସ୍ତା କଡ଼ରେ ବ୍ୟବସାୟ କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପୌରାଧ୍ୟକ୍ଷ କହିଛନ୍ତି, ରାଜ୍ୟ ସରକାରଙ୍କୁ ଭେଣ୍ଡିଂଜୋନର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଅର୍ଥ ବରାଦ କରାଯାଇଛି। ଟଙ୍କା ଆସିଲେ କାମ ଆରମ୍ଭ ହେବ। ତେବେ ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି କାହା ସ୍ବାର୍ଥରେ ଏହି ଭେଣ୍ଡିଂ ଜୋନ ନିର୍ମାଣ ହୋଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe