କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଏହି ନୀତି ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଏଆଇ ନୀତି ପାଇଁ ବଜେଟରେ ୨୦ କୋଟି ପ୍ରାବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରି ବଜେଟରେ ଅର୍ଥ ବଢିବ ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏହା ଏକ ଓଡ଼ିଆ ସର୍ଚ୍ଚ ଇଂଜିନ ଭାବେ କାମ କରିବ । ଇନପୁଟ ଦେବାକୁ ଲୋକମାନଙ୍କୁ ନିଯୁକ୍ତି ମିଳିବ । ଏହାର ଅପବ୍ୟବହାର ବି ରୋକା ଯାଇ ପାରିବ ବୋଲି କହିଛନ୍ତି ଆଇ ଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

Advertisment

ଓଡ଼ିଶା ଆଣୁଛି ଏଆଇ ନୀତି
ଓଡ଼ିଶାରେ ଆସିବ ଏଆଇ ନୀତି
କ୍ୟାବିନେଟ୍‌ରେ ଏଆଇ ନୀତିକୁ ଅନୁମୋଦନ
ପ୍ରାରମ୍ଭିକ ସ୍ତରରେ ୨୦ କୋଟିର ପ୍ରାବଧାନ
ପ୍ରାଶାସନିକ ସ୍ତରରେ କୁତ୍ରିମ ବୁଦ୍ଧିମତାର ହେବ ଉପଯୋଗ
ଫଳରେ ଶାସନ ବ୍ୟବସ୍ଥା ଆହୁରି ତ୍ବରାନ୍ବିତ ହେବ 
ଦୁଇଟି ଏଆଇ ଟାସ୍କ ଫୋର୍ସ ଗଠନ ହେବ
ଗୋଟିଏ ଏଆଇ ସେଲ୍‌ ରହିବ
ଏଆଇ ଆଧାରିତ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ମିଳିବ
ଯୁବପିଢ଼ିଙ୍କ ନିଯୁକ୍ତି କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି ହେବ
ଓଡ଼ିଆ ସର୍ଚ୍ଚ ଇଞ୍ଜିନ୍‌ ଟୁଲ୍‌ ଆସିବ