କନକ ବ୍ୟୁରୋ : ଭଗତ ସିଂ, ଯାହାଙ୍କ ନାଁ ଶୁଣିଲେ ମନରେ କ୍ରାନ୍ତି ଭାବନା ସୃଷ୍ଟି ହୁଏ, ଧମନୀରେ ରକ୍ତ ପ୍ରବାହ ବଢ଼ିଯିବା ପରେ ଲାଗେ । ଦେଶ ପାଇଁ ସେ କି ବଳିଦାନ ଦେଇଛନ୍ତି ତାହା କାହାକୁ ଅଛପା ନାହିଁ । ନିଜ ମାଟିର ପୁଅଙ୍କୁ କୂଟଚକ୍ର କରି ମାରିଥିବା ଗୋରା ସାହେବଙ୍କ ଉପରେ ପ୍ରତିଶୋଧ ନେବାକୁ ଟିକେ ବି ପଛଘୁଂଚା ଦେଇନଥିବା ଦୁର୍ଦ୍ଧର୍ଷ ସଂଗ୍ରାମୀ ହେଉଛନ୍ତି ଭଗତ ସିଂ । ଜୀବନକୁ ଉପଭୋଗ କରିବା ବୟନରେ ଜେଲର କାଳ କୋଠରୀରେ କଟିଥିବା ଜୀବନ ଆଜି ବି କହୁଛି ସ୍ବାଧୀନତା ଆମକୁ କେହି ଦେବେନି । ଆମ ସ୍ବାଧୀନତା ଆମକୁ ହିଁ ହାସଲ କରିବାକୁ ପଡ଼ିବ ।

Advertisment

ଭଗତ ସିଂ ଏମିତି ଜଣେ ସଂଗ୍ରାମୀ ଥିଲେ ଯିଏ କେବଳ ବଞ୍ଚି ଥିବାବେଳେ ଇଂରେଜଙ୍କ ପାଇଁ ଆତଙ୍କ ସୃଷ୍ଟି କରିନଥିଲେ , ସେ ସହିଦ ହୋଇଯିବା ପରେ ବି ତାଙ୍କୁ ଡରୁଥିଲେ ଇଂରେଜ । କାଳେ ବଡ଼ ଧରଣର ବିଦ୍ରୋହ ହେବ ତେଣୁ ସମୟ ପୂର୍ବରୁ ଅସମୟରେ ସନ୍ଧ୍ୟା ସମୟରେ  ହିଁ ଭଗତ ସିଂଙ୍କୁ ଫାଶୀରେ ଝୁଲାଇଦେଲେ । ଫାଶିରେ ଝୁଲିଲା ବେଳେ ତାଙ୍କ ଆଖିରେ ସାମନ୍ୟତମ ଅବଶୋଷ କି ଭୟ ନଥିଲା ବରଂ ମୁହଁରେ ଥିଲା ସ୍ମିତହାସ୍ୟ ।

ରାତି ରାତି ଭଗତଙ୍କୁ ଫାଶିରେ ଝୁଲାଇବା ପରେ ବି ଅଟକିନଥିଲେ ଇଂରେଜ ।  ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ବି ଦେଲେନି । ସେଇ ରାତିରେ ତାଙ୍କ ମୃତ ଦେହକୁ ଟିକି ଟିକି କରି ଅଖାରେ ପୁରାଇ ଜେଲ ପଛ ପଟ ଗେଟ୍ ପଟେ ଆର୍ମି ଟ୍ରକରେ ନେଇ  ଲାହୋର ଠାରୁ ୬୦ କିଲୋମିଟର  ଦୂରରେ ଅନ୍ତିମ ସଂସ୍କାର କରିଦେଇଥିଲେ । ନିଜକୁ ସମ୍ପୂର୍ଣ୍ଣ ଭୁଲିଯାଇ ଦେଶପାଇଁ ବଳିଦାନ ଦେଇଥିବା ଭଗତ ସିଂଙ୍କ କଥା ଆଜି ମନେପକାଇ ତାଙ୍କ ଆଦର୍ଶକୁ ଉଜାଗର କରିବାର ସମୟ ।  ଯୁବପିଢ଼ି ତାଙ୍କ ସ୍ବପ୍ନର ଭାରତକୁ ସାକାର ରୂପ ଦେବାର ସମୟ । ଜୟ ହିନ୍ଦ୍…