କ୍ୟାସିଅରଙ୍କୁ କ୍ରସର ମାଲିକଙ୍କ ଅକଥନୀୟ ନିର୍ଯାତନା : ଦେହରେ ଗରମ ତେଲ ଢାଳିଲେ, ଜୀବନରୁ ମାରିଦେଲେ

ଯାଜପୁରରେ କ୍ରସର ମାଲିକଙ୍କ ବର୍ବରକାଣ୍ଡ ।  ମାଡ ମାରିଲେ, ଦେହରେ ଗରମ ତେଲ ଢ଼ାଳିଲେ । ସଂଘବଦ୍ଧ ଭାବେ ଆକ୍ରମଣ କରି ଜୀବନରୁ ମାରିଦେଲେ । ନୃଂଶସ ହତ୍ୟା ପରେ ମୁହଁ ଖୋଲିବାକୁ ଡରୁଛନ୍ତି ଲୋକେ  ସନ୍ଦେହରେ ପୋଲିସର ଭୂମିକା । 

youth death

youth death Photograph: (KanakNews)

କନକ ବ୍ୟୁରୋ : ନୃଶଂସ, ନିର୍ମମ, ବର୍ବର, ଅମାନବୀୟ। ଯାଜପୁର ଧର୍ମଶାଳାରେ କ୍ରସର କର୍ମଚାରୀଙ୍କୁ ପିଟିପିଟି ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । କ୍ରସର କ୍ୟାସିୟରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । କିନ୍ତୁ ଭୟରେ କେହି ବି ମୁହଁ ଖୋଲିବାକୁ ନାରାଜ। ଟଙ୍କା ହେରଫେରକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ କରାଯାଇଛି। ପରିସ୍ଥିତିକୁ ଦେଖି ଅଞ୍ଚଳରେ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି ।

 
ଯାଜପୁରରେ କ୍ରସର ମାଲିକଙ୍କ ବର୍ବରକାଣ୍ଡ। ଅତି ନୃଶଂସ ଭାବେ କର୍ମଚାରୀଙ୍କୁ ହତ୍ୟା। ମାଡ଼ ମାରିଲେ, ଦେହରେ ଗରମ ତେଲ ଢାଳିଲେ। ସଂଘବଦ୍ଧ ଭାବେ ଆକ୍ରମଣ କରି ଜୀବନରୁ ମାରିଦେଲେ। ଜେନାପୁର ଥାନା ପଦ୍ମାବତୀ କ୍ରସର ମାଲିକଙ୍କ ନାଁରେ ଆସିଛି ଏମିତି ସାଂଘାତିକ ଅଭିଯୋଗ। କ୍ରସରରେ କ୍ୟାସିୟର ଥିବା ଅର୍ଜିତ ଜେନାଙ୍କୁ ହତ୍ୟା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କ୍ରସର ମାଲିକ, ତାଙ୍କ ଭଣଜା ଓ ଜଣେ କର୍ମଚାରୀଙ୍କ ନାଁରେ ଏତଲା ହୋଇଛି । ତେବେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା କହିଛନ୍ତି ପରିବାର ଲୋକେ । ଘଟଣାକୁ ୨୪ ଘଣ୍ଟା ପୁରିଥିଲେ ବି କାହାରିକୁ ଗିରଫ କରାଯାଇନି । କେବଳ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ।  

ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଭୟର ବାତାବରଣ । କ୍ରସର ମାଲିକଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି ଲୋକେ। ତେବେ ସୋସିଆଲ ମିଡିଆରେ ଘଟଣାକୁ ନିନ୍ଦା କରିଛନ୍ତି ଅଞ୍ଚଳବାସୀ । ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବଢ଼ୁଛି । ଟଙ୍କା ହେରଫେର ନେଇ ଅର୍ଜିତଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର। କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଅଗଣା। ନୃଶଂସ କାଣ୍ଡ ଘଟଣାଇ ଖୋଲାରେ ବୁଲୁଛନ୍ତି ଅପରାଧୀ । ହତ୍ୟାକାରୀଙ୍କୁ ଗିରଫ କରିନି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe