କନକ ବ୍ୟୁରୋ: ସଂଶୋଧନ ହେବ ବିଶ୍ୱ ବିଦ୍ୟାଳୟ ଆଇନ ୨୦୨୦ । ଏନେଇ ଗୃହରେ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯବଂଶୀ । ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟକୁ ଦିଆଯିବ । ସିନେଟ୍ ପୁନଃସ୍ଥାପିତ ନେଇ ଆଲୋଚନା ଚାଲିଛି । ବିଶ୍ୱବିଦ୍ୟାଳୟର ସ୍ୱାୟଉତା ବଜାୟ ରଖାଯିବ । 

ବିଶ୍ଵବିଦ୍ୟାଳୟରେ ପୁଣି ଥରେ ସିନେଟ ସ୍ଥାପନ ପାଇଁ ବିଚାରବିମର୍ଶ କରୁଛନ୍ତି ରାଜ୍ୟସରକାର । ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି । ୨୦୨୦ ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟରେ ୧୦୦ ଜଣ ସଦସ୍ୟ ରହୁଥିଲେ । ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ । ଯାହା ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା । ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ ବା ଏକ୍ସ ଅଫିସିଓ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ ।