Photograph: (kanak news)
କନକ ବ୍ୟୁରୋ: ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା ।୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଋଷଠୁ ତେଲ ନକିଣିବାକୁ ଭାରତ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ। ମୋଦୀ ମୋର ଅତି ବଡ଼ ବନ୍ଧୁ ଏବଂ ଆମେରିକାର ଜଣେ ଶକ୍ତିଶାଳୀ ଓ ସମ୍ମାନିତ ନେତା ବୋଲି କହିଛନ୍ତି ଟ୍ରମ୍ପ । ବାଣିଜ୍ୟ ସହ ଅନେକ ବିଷୟ ଏପରିକି ରୁଷ ଓ ଯୁକ୍ରେନ ଯୁଦ୍ଧ ଶେଷ କରିବା ଉପରେ ଆଲୋଚନା ହୋଇଛି। ସେ ରୁଷୀୟ ତୈଳ କ୍ରୟ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଆମେରିକା ଏବଂ ଭେନେଜୁଏଲାରୁ ଅଧିକ ପରିମାଣରେ କିଣିବାକୁ ମୋଦୀ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି ।
ଭାରତ ଏବଂ ଆମେରିକା ମଧ୍ୟରେ ହେଇଥିବା ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ଫେବୃଆରୀ ୨, ୨୦୨୬ ରେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସିଧାସଳଖ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ୨୦୨୫ ରୁ ଚାଲିଥିବା "ଟ୍ୟାରିଫ୍ ୱାର୍" ବା ଶୁଳ୍କ ବିବାଦକୁ କମ କରିଦେଇଛି। ଏହି ଚୁକ୍ତିର ମୁଖ୍ୟ ବିଷୟଗୁଡ଼ିକ ସ୍ଥିର କରାଯାଇଥିଲା ।
.କମ୍ ହେଲା ଶୁଳ୍କ: ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଯାଇଥିବା "ରେସିପ୍ରୋକାଲ୍ ଟ୍ୟାରିଫ୍" ବା ପାଲଟା ଶୁଳ୍କକୁ ୨୫% ରୁ ୧୮% କୁ କମାଇ ଦେଇଛି।
.ଜରିମାନା ପ୍ରତ୍ୟାହାର: ଅଗଷ୍ଟ ୨୭, ୨୦୨୫ ରେ ଋଷିଆଠାରୁ ତେଲ କିଣିବା କାରଣରୁ ଲଗାଯାଇଥିବା ୨୫% ଅତିରିକ୍ତ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।
ଆହୁରି ପଢନ୍ତୁ :ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀଙ୍କୁ ଦିଆଯିବ ୬୦ ହଜାର ଟଙ୍କା
ଭାରତର ମଧ୍ୟ କିଛି ପ୍ରତିଶ୍ରୁତି ଦେଇଛି ଆମେରିକାକୁ । ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଶୁଳ୍କ ହଟାଇ ଏହାକୁ ଶୂନ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି । ଏବଂ ଭାରତ ଏବେ ଋଷିଆଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରିବ ଏବଂ ଏହା ବଦଳରେ ଆମେରିକା ଓ ଭେନେଜୁଏଲା ଠାରୁ ତେଲ ଆମଦାନୀ କରିବ । ଭାରତ ଆମେରିକାଠାରୁ ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ କୃଷି କ୍ଷେତ୍ରରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବାକୁ ଲକ୍ଷ୍ୟ ରଖିଛି ।
Follow Us