କନକବ୍ୟୁରୋ : ଦୁଃସାହସିକ ଜଳଯାତ୍ରାରେ ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ ଦିପ୍ତୀମୟୀ। ଗଙ୍ଗୋତ୍ରୀରୁ ଗଙ୍ଗାସାଗର ଯାଏଁ କରିଛନ୍ତି ଦୁଃଶାହାସିକ ଯାତ୍ରା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଓରା ଗାଁର ଝିଅ ଦୀପ୍ତିମୟୀ ତରାଇ। ବିଏସଏଫ ମହିଳା ବାହିନୀରେ ଯବାନ ଭାବେ ଯୋଗଦେଇ ଦେଶର ସୀମାକୁ ସୁରକ୍ଷା ଦେଉଥିବା ଦୀମ୍ତିମୟୀ ଏବେ ଗଙ୍ଗା ସଚେତନତା ଅଭିଯାନରେ ବାହାରିଛନ୍ତି ।

Advertisment

ଗଙ୍ଗାର ଉତ୍ପତିସ୍ଥଳ ଗଙ୍ଗୋତ୍ରୀରୁ ବାହାରି ଗଙ୍ଗାସାଗର ପ୍ରାୟ ୨୫ଶହ କିଲୋମିଟର ଯାତ୍ରା କରିବା ପାଇଁ ଲକ୍ଷ୍ୟରେ ବାହାରିଛନ୍ତି ଦୀପ୍ତିମୟୀ ଓ ତାଙ୍କ ଟିମ। ଏଥିରେ ତାଙ୍କ ସହ ସାମିଲ ହୋଇଛନ୍ତି ମହିଳା ବିଏସଏଫ ବାହିନୀର ୨୦ ଯବାନ ।

ନଭେମ୍ବର ୨ରୁ ଆରମ୍ଭ ହୋଇ ଡିସେମ୍ବର ୨୪ ଯାଏଁ ଚାଲିବ ଏହି ଜଳଯାତ୍ରା। ଗଙ୍ଗା ସ୍ବଚ୍ଛତା ସଚେତନତା ସହ ମହିଳା ସଶକ୍ତିକରଣର ବାର୍ତ୍ତାଦେବ ଏହି ମହିଳା ରାଫଟିଙ୍ଗ ଦଳ। ଚିଲିକା ଅଂଚଳର ଏକ ଛୋଟ ଗାଁରୁ ଯାଇ ସାରା ଭାରତ ପାଇଁ ଗୌରବ ଆଣିଛନ୍ତି ଦୀପ୍ତିମୟୀ।