କନକ ବ୍ୟୁରୋ : କ୍ଷମତା ହାତରୁ ଯିବା ସହ ବଢୁଛି ଆମ ଆଦମୀ ପାର୍ଟିର ସମସ୍ୟା । ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନୁମତି ପାଇବାକୁ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର । ଏନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଭାରତୀୟ ନାଗରିକ ସଂହିତା ଧାରା ୨୧୮ ଅନୁସାରେ ଅନୁମତି ଲୋଡିଛନ୍ତି କେନ୍ଦ୍ର ସରକାର । ମନି ଲଡ୍ରିଂ ମାମଲାରେ ୨୦୨୨ରୁ ଫସିଛନ୍ତି ସତ୍ୟେନ୍ଦ୍ର ।ଉଭୟ ଇଡି ଓ ସିବିଆଇ ରାଡାରରେ ରହିବା ସହ ଜେଲରେ ୧୮ମାସ ରହି ଫେରିଛନ୍ତି ।
ଯଦି ରାଷ୍ଟ୍ରପତିଙ୍କ ଅନୁମତି ମିଳେ ତେବେ ପର୍ଯ୍ୟପ୍ତ ପ୍ରମାଣ ଆଧାରରେ ପୁଣି ଦିଲ୍ଲୀର ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯିବା ସମ୍ଭାବନା ବଢ଼ିପାରେ । ୨୦୧୭ରେ ତାଙ୍କ ଉପରେ ମନି ଲଡ୍ରିଂ ମାମଲାର ଅଭିଯୋଗ ହୋଇଥିଲା ।୨୦୨୮ରେ ସିବିଆଇ ଅଭିଯୋଗ ପତ୍ର ଦାଖଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।୨୦୨୩ରେ ମେ ୨୬ରୁ ସ୍ବାସ୍ଥ୍ୟସମସ୍ୟା ଦର୍ଶାଇ ଜାମିନ ପାଇ ବାହାରେ ଅଛନ୍ତି ` ୨୦୨୨ ମେ ୩୦ରେ ଗିରଫ ହୋଇଥିଲେ ।