କନକ ବ୍ୟୁରୋ : ଗଣତନ୍ତ୍ରର ପ୍ରକୃତ ପରୀକ୍ଷା ହେଉଛି ଯେତେବେଳେ ଶାସକଙ୍କୁ ନିଜ ସମାଲୋଚନା ଶୁଣିବାକୁ ପଡିଥାଏ । ଶାସକ ଏଥିରେ ଥିବା ସମସ୍ତ ମତ ଏବଂ ଆନ୍ତରିକତାକୁ ସହ୍ୟ କରିବା ଉଚିତ୍ । ଗଣତନ୍ତ୍ରର ଚରମ ପରୀକ୍ଷା ହୁଏ ।  ଶାସକ ଯେତେ ସୁଦୃଢ଼ ହୋଇ ଥାଆନ୍ତୁ ନା କାହିଁକି ଜନସାଧାରଣଙ୍କ ସମାଲୋଚନା ଶୁଣିବାକୁ ପଡିଥାଏ ।  ଗଣତନ୍ତ୍ରର ରକ୍ଷା କରିବାକୁ ଶାସକମାନେ ବିଭିନ୍ନ ଚିନ୍ତାଧାରା ଉପରେ ବିଚାର କରନ୍ତୁ  । ନିଜର ତ୍ରୁଟିକୁ ଚିହ୍ନିବା ପାଇଁ ସମସ୍ତଙ୍କୁ  ଜଣେ ସମାଲୋଚକଙ୍କ ଆବଶ୍ୟକତା ରହିଛି । ସମାଲୋଚକ ଆମର ପଡ଼ୋଶୀ ହେବା ଉଚିତ୍ । ଯାହା ଦ୍ବାରା ସେ ଆମର ତ୍ରୁଟି ଦର୍ଶାଇ ପାରିବେ।

Advertisment

ପ୍ରଥମେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଶାସକଙ୍କୁ ନମ୍ର ହେବାକୁ ପରାମର୍ଶ  ଆଉ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଶାସକଙ୍କୁ ସହନଶୀଳ ହେବାକୁ ମନ୍ତବ୍ୟ କାହା ପ୍ରତି ଉଦ୍ଧିଷ୍ଟ ? କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପୂର୍ବର ଦୁଇ କ୍ୟାବିନେଟ୍ ସହ ବର୍ତ୍ତମାନ ମଧ୍ୟ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ । ମାତ୍ର ତାଙ୍କର ବିଜେପିର ତୁଙ୍ଗ ନେତୃତ୍ବଙ୍କ ସହ ସମ୍ପର୍କ ଏତେଟା ଭଲ ନୁହେଁ ବୋଲି କୁହାଯାଏ । ଏପରି ବିରୋଧୀଙ୍କ ପ୍ରତି ନରମ ମନୋଭାବ କାରଣରୁ  ଗତଥର ନୀତିନଙ୍କ ଠାରୁ ଜାହାଜ ଚଳାଚଳ ବିଭାଗକୁ କାଢିନିଆଯାଇଥିବା କୁହାଯାଏ । ବିଭିନ୍ନ ସମୟରେ ବିଜେପିର ତୁଙ୍ଗ ନେତୃତ୍ବଙ୍କୁ ଅଡୁଆରେ ପକାଇବା ଭଳି ମନ୍ତବ୍ୟ ଦେଇ ନୀତିନ ଚର୍ଚ୍ଚାରେ ଥାଆନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଯାଚିଥିଲେ ବୋଲି କିଛି ଦିନ ତଳେ କହିଥିଲେ କେନ୍ଦ୍ରମନ୍ତ୍ରୀ ।

 କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବିଜେପିର ଉଦାରବାଦୀ ଚେହେରା ବୋଲି କୁହାଯାଏ । କେବଳ ଏହି କାରଣ ଯୋଗୁ ଦଳମତ ନିର୍ବିଶେଷରେ କେନ୍ଦ୍ରମନ୍ତ୍ରୀଙ୍କର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଭଲ ସମ୍ପର୍କ ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ବନ୍ଦୀ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଭଲ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରନ୍ତି । ଏବେ ବିରୋଧୀଙ୍କ ପ୍ରତି ସହନଶୀଳ ହେବାକୁ ଶାସକଙ୍କୁ ପରାମର୍ଶ ଦେବା ପରେ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ପୁଣିଥରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।