କନକ ବୁରୋ : ଇତିହାସ ରଚିଲା ଉତ୍ତରାଖଣ୍ଡ । ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ ହେବା ପରେ ଯେତିକି ସୁବିଧା ମିଳିବ ସେତିକି କଟକଣା ମଧ୍ୟ ଲାଗୁ ହୋଇଛି । ନଜର ପକାଇ ୟୁସିସି ଲାଗୁ ପରେ ଏଣିକି ଉତ୍ତରାଖଣ୍ଡ ବାସିନ୍ଦାଙ୍କ ପାଇଁ କି ନୂଆ ଆଇନ ଲାଗୁ ହୋଇଛି 

Advertisment

ଆଜିଠୁ ଉତ୍ତରାଖଣ୍ଡରେ ‘ୟୁସିସି’ 
-ଧର୍ମ,ଜାତି,ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ସମାନ ଆଇନ କାର୍ଯ୍ୟକାରୀ
-ସମସ୍ତଙ୍କ ପାଇଁ ବାହାଘର, ବିବାହ ବିଚ୍ଛେଦ,ପୋଷ୍ୟ ସନ୍ତାନ ଗ୍ରହଣ, ସମ୍ପତ୍ତି ଭାଗବଣ୍ଟା,ଲିଭଇନ ରିଲେସନସିପ   ସମାନ ଆଇନ
-ଲିଭ ଇନ ରିଲେସନସିପ ପାଇଁ ମଧ୍ୟ ପଞ୍ଜୀକରଣ ବାଧ୍ୟତାମୂଳକ,
-୧୮ବର୍ଷ ବୟସ କମ ହେଲେ ଅଭିଭାବକଙ୍କ ଅନୁମତି ଆବଶ୍ୟକ
-ଲିଭଇନ ରିଲେସନରୁ ଜନ୍ମ ସନ୍ତାନକୁ ଆଇନଗତ ଅଧିକାର
-ସର୍ମ୍ପକ ଭାଙ୍ଗିଲେ ସନ୍ତାନଙ୍କୁ ଓ ପତ୍ନୀଙ୍କୁ ମିଳିବ ଭରଣପୋଷଣ ଅର୍ଥ
-ଆଇନ ଅମାନ୍ୟ କଲେ ୧୦ହଜାର ଟଙ୍କା ଜରିମାନା
-ବାଲ୍ୟବିବାହ, ଏକାଧିକ ବିବାହ, ତିନ ତଲାକ କଡ଼ା କଟକଣା ଲାଗିବ


 ସୂଚନା ଅନୁସାରେ  ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ବିଜେପି ସରକାର ୟୁସିସି ଲାଗୁ କରିବା ନେଇ ଘୋଷଣା କରିଥିଲେ  ।୨୦୨୨ ମାର୍ଚ୍ଚ ୨୭ରେ ଏକ ଡ୍ରାପ୍ଟ ପ୍ରସ୍ତୁତ କରାଯାଇଥିଲା । ୨୦୨୪ ଫେବ୍ରୁଆରୀ ୨ରେ ଉତ୍ତରାଖଣ୍ଡ ବିଧାନସଭାରେ ବିଲ ପାରିତ ହୋଇଥିଲା   । ପ୍ରଥମେ ରାଜ୍ୟପାଳ ଓ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପ୍ରଣୟନ ହୋଇଥିଲା । ଗୋଆ ଯେତେବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଥିଲା ସମୟରେ ୟୁସିସି ଲାଗୁ ହୋଇଥିଲା କିନ୍ତୁ ପ୍ରଥମ ରାଜ୍ୟଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ ହୋଇଛି । ଆଶା କରାଯାଉଛି ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡିରେ ମଧ୍ୟ ୟୁସିସି ଲାଗୁ କରାଯାଇପାରେ ।