ରାଜ୍ୟରେ ବେକାରୀ ସ୍ଥିତି ଉତ୍କଟ । ୯୨ ଟି ହୋମଗାର୍ଡ ପୋଷ୍ଟ ପାଇଁ ୧୦ ହଜାର ଆବେଦନ, ଆଶାୟୀଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚଶିକ୍ଷିତ

ହୋମଗାର୍ଡ ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହେଇଥିବା ବେଳେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୯୨ଟି ହୋମଗାର୍ଡ ପଦବୀ ପାଇଁ ୭୦- ୮୦ ପ୍ରତିଶତ ଉଚ୍ଚଶିକ୍ଷିତ ପିଲା ଆବେଦନ କରିଛନ୍ତି । ଇଏ ହେଲେ କୁଆଁରମୁଣ୍ଡାର ପ୍ରତିମା ଲାକରା । ଶିକ୍ଷାଗତ ଯୋଗ୍ୟତା- ସିଭିଲ ଇଞ୍ଜିନିୟରିଂ । ବୟସ ଗଡ଼ିବା ସହ ବାହା ହୋଇ ପିଲାଛୁଆର ମାଆ ମଧ୍ୟ ହେଲେଣି । କିନ୍ତୁ ଚାକିରି ଖଣ୍ଡେ ମିଳିଲା ନାହିଁ । ଶେଷରେ ହୋମଗାର୍ଡ ପାଇଁ ଆବେଦନ କରିଛନ୍ତି । 

}òZþòKþqòKZþ}þ

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ହୋମଗାର୍ଡ କାର୍ଯ୍ୟାଳୟ  ଆଗରେ ଆବେଦନକାରୀଙ୍କ ଲମ୍ବା ଧାଡ଼ି । ଆବେଦନକାରୀଙ୍କ ମଧ୍ୟରେ ବହୁ ବିଟେକ୍ ଓ ଏମସିଏ ପାସ୍ କରିଥିବା ପିଲା ଅଛନ୍ତି।  ଶିବଦତ୍ତ ଛତ୍ରିଆ। ଘର ସୁନ୍ଦରଗଡ଼ ସଦର ବ୍ଲକ୍ କୁଣ୍ଡୁକେଲା ଗାଁରେ । ଶିକ୍ଷାଗତ ଯୋଗ୍ୟତା- ବିଟେକ୍। ସଞ୍ଜୀବ କୁମାର ରାଉଡ଼ିଆ । ଆଉଜଣେ ବି.ଟେକ ପଢୁଆ ଚାକିରି ଆଶାୟୀ। ଘର ଟାଙ୍ଗରପାଲି ବ୍ଲକ୍ ବାଲିଜୋରି ଗାଁର । ଚାକିରି ମିଳୁ ନଥିବାରୁ ଉଭୟ ହୋମଗାର୍ଡ  ଚାକିରି ପାଇଁ ବାଧ୍ୟ ହୋଇ ଆବେଦନ କରୁଥିବା କହିଛନ୍ତି।

ହୋମଗାର୍ଡ ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହେଇଥିବା ବେଳେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୯୨ଟି ହୋମଗାର୍ଡ ପଦବୀ ପାଇଁ ୭୦- ୮୦ ପ୍ରତିଶତ ଉଚ୍ଚଶିକ୍ଷିତ ପିଲା ଆବେଦନ କରିଛନ୍ତି । ଇଏ ହେଲେ କୁଆଁରମୁଣ୍ଡାର ପ୍ରତିମା ଲାକରା । ଶିକ୍ଷାଗତ ଯୋଗ୍ୟତା- ସିଭିଲ ଇଞ୍ଜିନିୟରିଂ । ବୟସ ଗଡ଼ିବା ସହ ବାହା ହୋଇ ପିଲାଛୁଆର ମାଆ ମଧ୍ୟ ହେଲେଣି । କିନ୍ତୁ ଚାକିରି ଖଣ୍ଡେ ମିଳିଲା ନାହିଁ । ଶେଷରେ ହୋମଗାର୍ଡ ପାଇଁ ଆବେଦନ କରିଛନ୍ତି । 

ଆବେଦନ ପାଇଁ ଆହୁରି ତିନିଦିନ ଥିବାରୁ ଆବେଦନ ସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ଦୃଶ୍ୟ ରାଜ୍ୟର ଉଚ୍ଚ ଶିକ୍ଷିତ ବେକାରୀଙ୍କ ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe