କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ହୋମଗାର୍ଡ କାର୍ଯ୍ୟାଳୟ ଆଗରେ ଆବେଦନକାରୀଙ୍କ ଲମ୍ବା ଧାଡ଼ି । ଆବେଦନକାରୀଙ୍କ ମଧ୍ୟରେ ବହୁ ବିଟେକ୍ ଓ ଏମସିଏ ପାସ୍ କରିଥିବା ପିଲା ଅଛନ୍ତି। ଶିବଦତ୍ତ ଛତ୍ରିଆ। ଘର ସୁନ୍ଦରଗଡ଼ ସଦର ବ୍ଲକ୍ କୁଣ୍ଡୁକେଲା ଗାଁରେ । ଶିକ୍ଷାଗତ ଯୋଗ୍ୟତା- ବିଟେକ୍। ସଞ୍ଜୀବ କୁମାର ରାଉଡ଼ିଆ । ଆଉଜଣେ ବି.ଟେକ ପଢୁଆ ଚାକିରି ଆଶାୟୀ। ଘର ଟାଙ୍ଗରପାଲି ବ୍ଲକ୍ ବାଲିଜୋରି ଗାଁର । ଚାକିରି ମିଳୁ ନଥିବାରୁ ଉଭୟ ହୋମଗାର୍ଡ ଚାକିରି ପାଇଁ ବାଧ୍ୟ ହୋଇ ଆବେଦନ କରୁଥିବା କହିଛନ୍ତି।
ହୋମଗାର୍ଡ ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହେଇଥିବା ବେଳେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୯୨ଟି ହୋମଗାର୍ଡ ପଦବୀ ପାଇଁ ୭୦- ୮୦ ପ୍ରତିଶତ ଉଚ୍ଚଶିକ୍ଷିତ ପିଲା ଆବେଦନ କରିଛନ୍ତି । ଇଏ ହେଲେ କୁଆଁରମୁଣ୍ଡାର ପ୍ରତିମା ଲାକରା । ଶିକ୍ଷାଗତ ଯୋଗ୍ୟତା- ସିଭିଲ ଇଞ୍ଜିନିୟରିଂ । ବୟସ ଗଡ଼ିବା ସହ ବାହା ହୋଇ ପିଲାଛୁଆର ମାଆ ମଧ୍ୟ ହେଲେଣି । କିନ୍ତୁ ଚାକିରି ଖଣ୍ଡେ ମିଳିଲା ନାହିଁ । ଶେଷରେ ହୋମଗାର୍ଡ ପାଇଁ ଆବେଦନ କରିଛନ୍ତି ।
ଆବେଦନ ପାଇଁ ଆହୁରି ତିନିଦିନ ଥିବାରୁ ଆବେଦନ ସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ଦୃଶ୍ୟ ରାଜ୍ୟର ଉଚ୍ଚ ଶିକ୍ଷିତ ବେକାରୀଙ୍କ ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/12/Kz9R5XtLHDQzIZhjZXdB.jpg)