କନକ ବ୍ୟୁରୋ : ନୋଡାଲ ସେଣ୍ଟରରେ ପହଞ୍ଚିଲାଯୁକ୍ତ ଦୁଇ ପ୍ରଶ୍ନପତ୍ର। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେବେ । ତେବେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ୨୦୫ଟି ପରୀକ୍ଷା ହବର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯାଇଛି । କଡା ସୁରକ୍ଷା ବଳୟ ଭିତରେ ୧୦ଟି ରୁଟ ଦେଇ ପରୀକ୍ଷା ପ୍ରଶ୍ନପତ୍ର ଯାଇଛି।। ଗୋଟିଏ ପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ୬୮୮ ବର୍ଗ ଶିକ୍ଷକ ସଂଘ । ପେନସନ୍, ଚାକିରୀ ସର୍ତ୍ତାବଳୀ ସାଙ୍ଗକୁ ପ୍ରୋମୋସନ ଦାବିରେ ୧୪ ତାରିଖରେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବ ସଂଘ। ୧୮ ତାରିଖରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାରେ ସହଯୋଗ କଲେ ବି ମୂଲ୍ୟାୟନ କରିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ । ପରୀକ୍ଷା ସରିବା ପରେ ସଠିକ ସମୟରେ ଫଳାଫଳ ପ୍ରକାଶ କରିବା ପାଇଁ ଯୋଜନା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ସମୟରେ ଶିକ୍ଷକଙ୍କର ଆନ୍ଦୋଳନ ହେଲେ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ସରକାର ଓ ଶିକ୍ଷକ ସଂଘର ବିବାଦ ଭିତରେ ସମସ୍ୟା ଭୋଗିପାରନ୍ତି ଛାତ୍ରଛାତ୍ରୀ ।
ନୋଡାଲ ସେଣ୍ଟରରେ ପହଂଚିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଆସନ୍ତା ୧୮ ତାରିଖରେ ପରୀକ୍ଷା
ପ୍ରଥମ ପର୍ୟ୍ୟାୟରେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ପରୀକ୍ଷା ପ୍ରଶ୍ନ ପତ୍ର ପଠାଯାଇଛି । କଡା ସୁରକ୍ଷା ବଳୟ ଭିତରେ ୧୦ଟି ରୁଟ ଦେଇ ପରୀକ୍ଷା ପ୍ରଶ୍ନପତ୍ର ଯାଇଛି।। ଗୋଟିଏ ପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଅନ୍ୟପଟେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ୬୮୮ ବର୍ଗ ଶିକ୍ଷକ ସଂଘ ।
/kanak/media/media_files/2025/02/13/h9Fyu9EQx9dkR04r5kgt.jpg)