କର୍ଣ୍ଣାଟକରେ ଡିନର ପଲିଟିକ୍ସ: ସଭାପତି ପଦ ଛଡାଇବାକୁ ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଟଣାଓଟରା

Advertisment

କର୍ଣ୍ଣାଟକ କଂଗ୍ରେସ ସଭାପତି ପଦବୀକୁ ନେଇ ସେଠାରେ ଦଳୀୟ ତତ୍ପରତା ବୃଦ୍ଧି ପାଇଛି । ୱାନ ମ୍ୟାନ ୱାନ ପୋଷ୍ଟ ନିୟମ ଅନୁସାରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କଂଗ୍ରେସ ସଭାପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଗୋଷ୍ଠୀ ଏକାଠି ହୋଇଛନ୍ତି ।

କର୍ଣ୍ଣାଟକ କଂଗ୍ରେସ ସଭାପତି ପଦବୀକୁ ନେଇ ସେଠାରେ ଦଳୀୟ ତତ୍ପରତା ବୃଦ୍ଧି ପାଇଛି । ୱାନ ମ୍ୟାନ ୱାନ ପୋଷ୍ଟ ନିୟମ ଅନୁସାରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କଂଗ୍ରେସ ସଭାପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଗୋଷ୍ଠୀ ଏକାଠି ହୋଇଛନ୍ତି ।

HUHU

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ସଭାପତି ପଦବୀକୁ ନେଇ ସେଠାରେ ଦଳୀୟ ତତ୍ପରତା ବୃଦ୍ଧି ପାଇଛି । ୱାନ ମ୍ୟାନ ୱାନ ପୋଷ୍ଟ ନିୟମ ଅନୁସାରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କଂଗ୍ରେସ ସଭାପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଗୋଷ୍ଠୀ ଏକାଠି ହୋଇଛନ୍ତି ।

କର୍ଣ୍ଣାଟକ କଂଗ୍ରେସରେ ପୁଣି କନ୍ଦଳ
ପ୍ରଦେଶ କଂଗ୍ରେସ ସଭାପତି ପଦବୀକୁ ନେଇ ଟଣାଓଟରା
ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ  ମଧ୍ୟରେ ଶୀତଳଯୁଦ୍ଧ

ସଭାପତି ପଦରୁ ଡିକେ ଶିବକୁମାରଙ୍କୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୋଷ୍ଠୀର ପ୍ରୟାସ ।ଏହି ଲକ୍ଷ୍ୟରେ କର୍ଣ୍ଣାଟକର ବରିଷ୍ଠ ମନ୍ତ୍ରୀ ସତୀଶ  ଜରଖିହୋଲିଙ୍କ ବାସଭବନରେ ଶୁକ୍ରବାର ରାତିରେ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଥିଲା ।ଏଥିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ତାଙ୍କ ଗୋଷ୍ଠୀର ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ । ୱାନ ମ୍ୟାନ ୱାନ ପୋଷ୍ଟ ନିୟମ ଅନୁସାରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ରାଜ୍ୟ କଂଗ୍ରେସ ସଭାପତି ପଦବୀରୁ ହଟାଇ  ନିଜ ଗୋଷ୍ଠୀର ଜଣଙ୍କୁ ବସାଇବାକୁ ଆଲୋଚନା କରାଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ନୈଶ୍ୟ ଭୋଜିରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଦେଶଗସ୍ତ ସମୟରେ ହୋଇଛି । କୁହାଯାଏ ୨୦୨୩ ବିଧାନସଭା ନିର୍ବାଚନ ପରେ ଦୁଇ ମୁଖ୍ୟ ଦାବିଦାର ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ଅଢ଼େଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦବୀ ବଣ୍ଟାଯିବ ବୋଲି କଂଗ୍ରେସ ହାଇକମାଣ୍ଡ ଫମୂର୍ଲା ଆପଣାଇଥିଲା । ସେହିକ୍ରମରେ  ୨୦୨୫ ମଧ୍ୟ ଭାଗରେ ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀ କାଳ ସରୁଛି ।  ତେଣୁ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କଠାରୁ ପ୍ରଦେଶ କଂଗ୍ରେସ ସଭାପତି ଛଡାଇନେବାକୁ ସିଦ୍ଦରମୈୟାଙ୍କ ଏହି ଉଦ୍ୟମ ।

କର୍ଣ୍ଣାଟକ କଂଗ୍ରେସ ରାଜନୀତିରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକ ବଳିଷ୍ଠ ବ୍ୟକ୍ତିତ୍ବ । ତାଛଡା କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ସର୍ମ୍ପକ ବେଶ ଘନିଷ୍ଠ ।ଏହାଛଡା ଗତ ବିଧାନସଭା ଉପନିର୍ବାଚନରେ ଉଭୟ ବିରୋଧୀ ବିଜେପି ଓ ଜେଡିଏସଠାରୁ କଂଗ୍ରେସ ଆସନ ଛଡାଇନେବାର ସମସ୍ତ ଶ୍ରେୟ ଶିବକୁମାରଙ୍କୁ ଯାଏ ।ଏହି ପରିପେକ୍ଷରେ ୱାନ ମ୍ୟାନ ୱାନ ପୋଷ୍ଟ ଅନୁସାରେ ଶିବକୁମାରଙ୍କଠୁ ସଭାପତି ଛଡାଇବାରେ ସିଦ୍ଦରମୈୟାଙ୍କ ଗୋଷ୍ଠୀ କେତେଦୂର ସଫଳ ହେବେ ତାହା ଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe