ସିସିଟିଭିକୁ ନେଇ ସାମନାକୁ ଆସିଲା ସତ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଥିଲେ ଅଫିସର ।

Advertisment

ସାମ୍ନାକୁ ଆସିଲା ସିସିଟିଭିର ସତ। ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଥାନାରେ ଲାଗିଛି ସିସିଟିଭି କିନ୍ତୁ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ, ଏବେ ବି ୫୭ଟି ଥାନାରେ ଲାଗିନି ସିସିଟିଭି।

ସାମ୍ନାକୁ ଆସିଲା ସିସିଟିଭିର ସତ। ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଥାନାରେ ଲାଗିଛି ସିସିଟିଭି କିନ୍ତୁ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ, ଏବେ ବି ୫୭ଟି ଥାନାରେ ଲାଗିନି ସିସିଟିଭି।

cctv sata

କନକ ବ୍ୟୁରୋ: ସାମ୍ନାକୁ ଆସିଲା ସିସିଟିଭିର ସତ। ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଥାନାରେ ଲାଗିଛି ସିସିଟିଭି କିନ୍ତୁ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ, ଏବେ ବି ୫୭ଟି ଥାନାରେ ଲାଗିନି ସିସିଟିଭି। ସେପଟେ ବିବାଦ ଘେରରେ ଥିବା ଭରତପୁର ଥାନାରେ ସିସିଟିଭି ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  

  • ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲେ
  • ଅଫିସରଙ୍କ ମିଛ, କାଠଗଡାରେ ସରକାର

ସେପ୍ଟେମ୍ୱର ୨ ତାରିଖ, ୨୦୨୪ରେ ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ସମସ୍ତ ଥାନାରେ ସ୍ୱଚ୍ଛତା ପାଇଁ ସିସିଟିଭି ଲାଗିଛି ।  ହେଲେ ୨୩ ସେପ୍ଟେମ୍ୱର କିନ୍ତୁ ହାଇକୋର୍ଟରେ ସତ୍ୟ ସାମ୍ନାକୁ ଆସିଛି ।  ସରକାର ଆଜି ଦେଇଥିବା ତଥ୍ୟରେ କହିଛନ୍ତି, ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ ।  ମାତ୍ର ୨୧ ଦିନରେ ସରକାରଙ୍କ ମିଛ ଧରାପଡିଛି । କେବଳ ସେତିକି ନୁହେଁ, ବାବୁମାନେ ସରକାରକୁ ଅନ୍ଧାରରେ ରଖି କାଠଗଡାକୁ ଟାଣି ନେଇଛନ୍ତି । ଆହୁରି ସରଳ ଭାବରେ କହିଲେ ବାବୁମାନଙ୍କ ମିଛ ସରକାରଙ୍କ ପାଇଁ ମହଙ୍ଗା ପଡିଛି ।

  • ନୂଆ ଥାନା ଜଗିବ ପୁରୁଣା ସିସିଟିଭି
  • କାହିଁକି ଲାଗିଲା ୬ ମାସ? 

ଶେଷରେ ବିବାଦ ଘେରରେ ଥିବା ଭରତପୁର ଥାନାରେ ସିସିଟିଭି ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେବୁଲିଂ କରାଯିବା ସହ ପୁରୁଣା ଭରତପୁର ଥାନାରେ ଲାଗିଥିବା କ୍ୟାମେରା ଏହି ଆଦର୍ଶ ଥାନାରେ ଲାଗିବ । ତେବେ ପ୍ରଶ୍ନ ଉଠୁଛି, ଯଦି ଆଦର୍ଶ ଥାନାରେ ପୁରୁଣା ସିସିଟିଭି ଲାଗିବାର ଥିଲା, ତେବେ ୬ ମାସ ବିଳମ୍ବ କାହିଁକି ହେଲା ।

ତେବେ କେମିତି ଅଫିସରଙ୍କ ମିଛ ସରକାରଙ୍କୁ ଅଡୁଆରେ ପକାଇଛି, ତାହା ସାମ୍ନାକୁ ଆସିଛି  । ଏବେ ସରକାରରେ କଣ ଚାଲିଛି ବାମ ହାତ କଥା ଡାହାଣ ହାତ ଜାଣିପାରୁନାହିଁ । ଚର୍ଚ୍ଚା ହେଉଛି, ସରକାରଙ୍କୁ ଅଡୁଆରେ ପକାଇଥିବା ଅଫିସରଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe