କନକ ବ୍ୟୁରୋ : ସାମନାକୁ ଆସିଲା ଶ୍ରାବଣୀ ହାଇଡ୍ରୋଲିକ୍ ପ୍ରକଳ୍ପ ସତ। ଭୁଲ କରି ତଣ୍ଡ ଗଣିଛି କମ୍ପାନି। ୨୦୦୨ରେ କୋଟପାଡ଼ ବ୍ଳକର ଡମାଝୋଡ଼ି ନିକଟରେ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିଥିଲା ଶ୍ରାବଣୀ ଏନର୍ଜି ପ୍ରାଇଭେଟ ଲିମିଟେଡ୍। ରନ୍ ଅଫ୍ ରିଭର ଯୋଜନାରେ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଥିଲେ ପୂର୍ବ ସରକାର। ନଦୀ ଜଳକୁ ନଅଟକାଇ ୪ମିଟର ଉଚ୍ଚ ଗେଟ୍ ନିର୍ମାଣ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ନଦୀ ଗତିପଥ ପରିବର୍ତ୍ତନ ନକରିବା ପାଇଁ ଏମଓୟୁରେ ଉଲ୍ଲେଖ ରହିଛି। ହେଲେ ସଂପୃକ୍ତ କମ୍ପାନୀ ଏସବୁ ନିୟମ ଖାତିର ନକରି ନିଜ ସ୍ବାର୍ଥ ଅନୁସାରେ କାମ କରୁଥିବା ଅଭିଯୋଗ ହୋଇଛି। ଯୁଗ୍ମ କମିଟି ତଦନ୍ତ ପରେ ସବୁ ସତ ପଦାକୁ ଆସିଛି ।
ବରିଷ୍ଠ ନାଗରିକ କମିଟି, ଆରଟିଆଇ ତଥ୍ୟ ଆଧାରରେ ତଦନ୍ତ କରାଯାଇଥିଲା। ଏବେ ସବୁ ତଥ୍ୟ ପଦାକୁ ଆସିବା ପରେ ତଣ୍ଡ ଗଣିଛି ସଂପୃକ୍ତ ଠିକା ସଂସ୍ଥା। ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ କମ୍ପାନୀ ଯେତିକି ଟଙ୍କା ନେଇଥିଲା । ଜରିମାନା ଆକାରରେ ତା’ଠାରୁ ୨ଗୁଣ ଅଧିକ ଟଙ୍କା ଦେଇଥିବା ଜଣାପଡ଼ିଛି। ଜରିମାନା ଦେବା ସହ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିସାରିଛି । ବେଆଇନ କାମ ପାଇଁ ଜୋରିମାନା ଭରି ଆଇନ ସଂଗତ କରି ସାରିଥିବାରୁ ତଦନ୍ତ ପାଇଁ ଯାଇଥିବା ଯୁଗ୍ମ କମିଟି କାର୍ଯ୍ୟାନୁଷ୍ଠାନ ବଦଳରେ କ୍ଳିନଚିଟ୍ ଦେଇ ଫେରି ଆସିଛନ୍ତି । କୋଲାବ ନଦୀ ଅବବାହିକାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରୁ ୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇଥାନ୍ତା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/27/CSUEH95k7B7QHDNWKCL7.jpg)