ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ରଣ ହୁଙ୍କାର । ଲାଗୁକଲେ ଅନେକ କଠୋର ନିୟମ ।

Advertisment

ଆମେରିକାରେ ଆରମ୍ଭ ହୋଇଯାଇଛି ଟ୍ରମ୍ପ ସରକାର । ଆଉ ନିଜ ସରକାର କ୍ଷମତାକୁ ଆସିବା ପରେ ବଡ଼ ଆକ୍ସନ ନେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ କରିବାର କିଛି ସମୟ ପରେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ।

ଆମେରିକାରେ ଆରମ୍ଭ ହୋଇଯାଇଛି ଟ୍ରମ୍ପ ସରକାର । ଆଉ ନିଜ ସରକାର କ୍ଷମତାକୁ ଆସିବା ପରେ ବଡ଼ ଆକ୍ସନ ନେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ କରିବାର କିଛି ସମୟ ପରେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ।

Trump v

Trump v Photograph: (KanakNews )

କନକ ବ୍ୟୁରୋ :  ଆମେରିକାରେ ଆରମ୍ଭ ହୋଇଯାଇଛି ଟ୍ରମ୍ପ ସରକାର । ଆଉ ନିଜ ସରକାର କ୍ଷମତାକୁ ଆସିବା ପରେ ବଡ଼ ଆକ୍ସନ ନେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ କରିବାର କିଛି ସମୟ ପରେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି । ପ୍ରଥମେ ବାଇଡେନ ସରକାରଙ୍କ ପୂର୍ବରୁ ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କରିଦେଇଛନ୍ତି  ବାତିଲ...

ଟ୍ରମ୍ପଙ୍କ କଠୋର ନିର୍ଦ୍ଦେଶ 
ବାଇଡେନ ସରକାରଙ୍କ ୭୮ଟି ନିଷ୍ପତ୍ତି ବାତିଲ କରିଛନ୍ତି ଟ୍ରମ୍ପ
୨୦୨୧ରେ କ୍ୟାପିଟାଲ୍ ହିଲ୍ ଆକ୍ରମଣର ୧,୫୦୦ ଅଭିଯୁକ୍ତଙ୍କୁ କରିଛନ୍ତି କ୍ଷମା 
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ଓହରିଯିବା ପ୍ରକ୍ରିୟାକୁ କରିଛନ୍ତି ଆରମ୍ଭ
ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ
ମେକ୍ସିକୋ ସୀମାରେ ଏକ ପ୍ରାଚୀର ନିର୍ମାଣ କରାଯିବ
ମେକ୍ସିକୋ ଏବଂ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ
ଆମେରିକାରେ ଏହି ନିୟମ ଆସନ୍ତା ଫେବ୍ରୁଆରୀରୁ କାର୍ଯ୍ୟକାରୀ ହୋଇପାରେ
ଆମେରିକା ପ୍ୟାରିସ ଜଳବାୟୁ ଚୁକ୍ତିନାମାରୁ ବାହାରିଯିବ
ପ୍ୟାରିସ ଚୁକ୍ତିନାମାକୁ ଏକ ପ୍ରତାରଣା ବୋଲି କହିଛନ୍ତି ଟ୍ରମ୍ପ
ତୃତୀୟ ଲିଙ୍ଗକୁ ଉଚ୍ଛେଦ କରିବା ପାଇଁ ଘୋଷଣା କରିଛନ୍ତି ଟ୍ରମ୍ପ
ଏବେ ଆମେରିକାରେ କେବଳ ଦୁଇଟି ଲିଙ୍ଗ ରହିବ 
ଆମେରିକା-ମେକ୍ସିକୋ ସୀମାରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା
ଆମେରିକାରେ ଜନ୍ମଗତ ନାଗରିକତା ସମାପ୍ତ ହେଉଛି 

ଟ୍ରମ୍ପଙ୍କ ଟିମରେ ଭାରତୀୟଙ୍କ ଦବଦବା
 ଆମେରିକାରେ ଟ୍ରମ୍ପ ଶାସନ ଆରମ୍ଭ ହେବା ସହ, ବିଭିନ୍ନ ପଦପଦବୀରେ ରହିଛନ୍ତି ଅନେକ ଭାରତୀୟ ।  ବିଶେଷ ରପି ହ୍ହାଇଟ ହାଉସରେ ବଡ଼ ଦାୟିତ୍ବ ରହିବେ ୩ ଭାରତୀୟ ବଂଶୋଦ୍ଭବ । ସେମାନେ ହେଉଛନ୍ତି...

ଶ୍ରୀରାମ କ୍ରିଷ୍ଣନ 
ଭାରତୀୟ-ଆମେରିକୀୟ ଉଦ୍ୟୋଗୀ, 
ଏଆଇ ଉପରେ ହ୍ୱାଇଟ୍ ହାଉସର ବରିଷ୍ଠ ନୀତି ପରାମର୍ଶଦାତା 
କ୍ରିଷ୍ଣନ୍ ଆମେରିକାରେ ଏଆଇ ନୀତିର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ   

କଶ୍ୟପ ପଟେଲ 
ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ଏଫବିଆଇ)ର ନିର୍ଦ୍ଦେଶକ
ପଟେଲ, ଯାହାଙ୍କ ପିତାମାତା ମୂଳତଃ ଭାରତର ଗୁଜରାଟର ବାସିନ୍ଦା
ପଟେଲ ଏଫବିଆଇକୁ ଏହାର ସବୁଠାରୁ ଆହ୍ୱାନପୂର୍ଣ୍ଣ ପ୍ରସଙ୍ଗରେ ମାର୍ଗଦର୍ଶନ କରିବେ

ହରମିତ୍ ଧିଲୋନ୍
ନାଗରିକ ଅଧିକାର ପାଇଁ ସହକାରୀ ଆଟର୍ଣ୍ଣି ଜେନେରାଲ 
୧୯୬୯ ମସିହାରେ ଭାରତର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ
ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଟାର୍ଗେଟ୍ ଜନସ୍ୱାସ୍ଥ୍ୟ ନୀତି ଉପରେ କାମ କରିବେ

ତେବେ ଦ୍ବିତୀୟ ପାଳି କାର୍ଯ୍ୟକାଳରେ ବିଶ୍ବରେ ଦେଖାଦେଇଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ରହିବ ତାକୁ ଅପେକ୍ଷା କରିଛି ସାରା ବିଶ୍ବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe