କନକ ବ୍ୟୁରୋ: ନୂଆବର୍ଷ ସେଲିବ୍ରେସନ ପାଇଁ ଭିଡ ଜମିଥିବାବଳେ ମାଡିଗଲା ଟ୍ରକ । ଘଟଣା ଘଟିଛି ଲୁସିଆନର ନ୍ୟୁ ଅରିଲିଏନ୍ସ ବାର୍ବନ ଷ୍ଟ୍ରିଟରେ । ଖୁସିରେ ନୂଆବର୍ଷ ୨୦୨୫କୁ ସ୍ବାଗତ ପାଇଁ ମସଗୁଲ ଥିବାବେଳେ ଦ୍ରୁତ ଗତିରେ ଟ୍ରକ ମାଡିଯାଇଥିଲା । ଘଟଣାରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଚାଳକ ଦୃତ ବେଗରେ ଥିବା ଟ୍ରକରୁ ଡେଇଁପଡିଥିଲେ। ଫଳରେ ଟ୍ରକଟି ଲୋକଙ୍କ ଉପରେ ମାଡିଯାଇଥିଲା। ପରେ ଚାଳକ ପୁଲିସ ଉପରେ ଗୁଳି ଚଳାଇଥିଲା। ପରେ ପୁଲିସ ପାଲଟା ଗୁଳି ଚଳାଇଥିଲା। ପୂର୍ବରୁ ଏଭଳି କିଛି ଆକ୍ରମଣର ଆଶଙ୍କା କରି ନ୍ୟୁ ଓରଲିନ୍ସରେ ଜରୁରୀକାଳୀନ ଏଜେନ୍ସି ସତର୍କତା ଜାରି କରିଥିଲା। ତେବେ ଡ୍ରାଇଭର ଘଟଣାସ୍ଥଳରୁ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ ପରେ ଫେରାର ହୋଇଥିବା ସୂଚନା । ଲୁସିଆନ ମେୟର ଏହାକୁ ଆତଙ୍କୀ ଆକ୍ରମଣ କହୁଥିବାବେଳେ ଏଫବିଆଇ ମନା କରିଛି । ତେବେ କେଉଁ ପରିସ୍ଥିତିରେ ଭିଡରେ ମାଡିଗଲା ଟ୍ରକ ଏନେଇ ତଦନ୍ତ କରୁଛି ପୁଲିସ । ନିକଟରେ ଜର୍ମାନରେ ଘଟିଥିଲା ସମାନ ଢଙ୍ଗର ଘଟଣା ।ଭିଡ ଭିତରେ କାର ମାଡିବା ଫଳରେ ୫ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ ।ଖ୍ରୀଷ୍ଟମାସ ସମୟରେ ଏଭଳି ଘଟଣା ପଛରେ ଆତଙ୍କୀ ଆକ୍ରମଣ ବୋଲି କୁହାଯାଉଛି ।