କନକ ବ୍ୟୁରୋ: ଝାଡଖଣ୍ଡରେ ବଦଳିଲା ଟ୍ରେଣ୍ଡ । ଟ୍ରେଣ୍ଡରେ ଆଗୁଆ ଇଣ୍ଡି ମେଣ୍ଟ । ୪୦ ଆସନରେ ଇଣ୍ଡି ମେଣ୍ଟ ଆଗୁଆ । ୩୨ଟି ଆସନରେ ଆଗୁଆ ରହିଛି ଏନଡିଏ ମେଣ୍ଟ । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ତେବେ ଝାଡଖଣ୍ଡରେ କିଏ ସରକାର ଗଢୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

Advertisment

 ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ଯ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।