କନକ ବ୍ୟୁରୋ: ବିଶ୍ୱର ସବୁଠୁ ଉଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍ । ୧୧ଶହ ଫୁଟ ଉଚ୍ଚରେ ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ଗଡ଼ିଛି ଟ୍ରେନ୍ । ସୋସିଆଲ ମିଡିଆ ଏକ୍ସରେ ଭିଡିଓ ସେୟାର କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଜମ୍ମୁକଶ୍ମୀରରେ ନିର୍ମାଣ ହୋଇଥିବା ବିଶ୍ୱର ଉଚ୍ଚତମ ଚେନାବ ନଦୀ ବ୍ରିଜ ଉପରେ ପରୀକ୍ଷାମୂଳକ ଭାବେ ଟ୍ରେନ ଗଡ଼ିଛି । ପୂର୍ବରୁ ଇନ୍ସପେକ୍ସନ କାର ଗଡ଼ାଯାଥିବା ବେଳେ ଏବେ ଅନ୍ତିମ ପରୀକ୍ଷଣ ସଫଳ ହୋଇଛି । ବ୍ରିଜ ଉପରେ ୧୧୦ କିଲୋମିଟର ବେଗରେ ଟ୍ରେନ ଗଡ଼ିଛି । ଏବେ ଏହି ରେଳ ବ୍ରିଜ୍ କାର୍ୟ୍ୟକ୍ଷମ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରେଳମନ୍ତ୍ରୀ । ଏହି ବ୍ରିଜ୍ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ସଂଯୋଗ କରୁଛି । ଇଂଜିନୟର ଓ ଶ୍ରମିକଙ୍କ ପରିଶ୍ରମରେ ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜର କାମ ସମ୍ପୂର୍ଣ୍ଣ ହୋଇଛି ।
୩୫୯ ମିଟର ଉଚ୍ଚରେ ଗଡ଼ିଲା ଟ୍ରେନ୍ :
ବିଶ୍ୱର ସବୁଠୁ ଉଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍
ଚେନାବ ନଦୀ ବ୍ରିଜ ଉପରେ ଅନ୍ତିମ ପରୀକ୍ଷଣ ସଫଳ
ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ଗଡ଼ିଲା ଟ୍ରେନ୍
ବ୍ରିଜ୍ ନିର୍ମାଣରେ ଖର୍ଚ୍ଚ ହୋଇଛି ୧୪୮୬ କୋଟି ଟଙ୍କା
ମୋଟ ୩୦ ହଜାର ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହାର କରାଯାଇଛି
ରେଳ ବ୍ରିଜ୍ରେ ମୋଟ ୯୩ଟି ସେଗମେଣ୍ଟ ରହିଛି
ପ୍ରତ୍ୟେକ ସେଗମେଣ୍ଟର ଓଜନ ୮୫ ଟନ୍
ଏହା ଘଣ୍ଟା ପ୍ରତି ୨୬୦କିମି ପର୍ୟ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ
ଏହି ବ୍ରିଜ୍ ବ୍ଲାଷ୍ଟ ପ୍ରୁଫ୍ ଏବଂ ଭୂକମ୍ପ ନିରୋଧି
ବ୍ରିଜ ନିର୍ମାଣ ପାଇଁ ଲାଗିଛି ୧୮ ବର୍ଷ
ବ୍ରିଜର ଉଚ୍ଚତା ୩୫୯ ମିଟର, ଲମ୍ବ ରହିଛି ୧.୩୧୫ କିଲୋମିଟର
୩୦୦ ଇଞ୍ଜିନିୟର ଏବଂ ୧୩ରୁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଥିଲେ
ଟ୍ରେନ୍ ୭ଟି ଷ୍ଟେସନ ଦେଇ ବାରାମୁଲାରେ ପହଞ୍ଚିବ
ଉପତ୍ୟକାବାସୀଙ୍କୁ ସହଜ ଯାତାୟତ ସୁବିଧା ଯୋଗାଇବା ମୁଖ୍ୟ ଉଦ୍ଦେଶ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/tn71BPaLBxpbE6bS9PHj.jpg)