କନକ ବ୍ୟୁରୋ :  ଭତ୍ତା ପାଇଁ ଗୁରୁଣ୍ଡିଲେ ବୃଦ୍ଧା । କେନ୍ଦୁଝର ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତର ମହ୍ଲାର ସାହିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ୮୦ ବର୍ଷର ବୃଦ୍ଧା ପଞ୍ଚାୟତ କାର୍ୟ୍ୟାଳୟ ଯାଏ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଭତ୍ତା ପାଇବାକୁ ଏତେ କଷ୍ଟ ସହିବାକୁ ପଡ଼ିଛି । ଦାୟିତ୍ବରେ ଥିବା କର୍ମଚାରୀ ଜଣକ ପଞ୍ଚାୟତକୁ ଆସି ଭତ୍ତା ଟଙ୍କା ନେବାକୁ ଖବର ଦେବା ପରେ ୧ କିଲୋମିଟର ଯାଏ କାଦୁଅ ରାସ୍ତାରେ ଏଭଳି ଗୁରୁଣ୍ଡି ଗୁରୁଣ୍ଡି ଯାଇ ପଞ୍ଚାୟତ ଅଫିସରେ ପହଁଚିଥିଲେ ବୃଦ୍ଧା । ବରିଷ୍ଠ ଓ ଅସହାୟ ମାନଙ୍କୁ ଘରକୁ ଯାଇ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି ସରକାର । ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ ଦାୟିତ୍ବରେ ଥିବା କର୍ମଚାରୀମାନେ ଏହି ନିର୍ଦ୍ଦେଶକୁ ପାଳନ କରୁ ନଥିବାରୁ ବୃଦ୍ଧବୃଦ୍ଧା ମାନଙ୍କୁ ବହୁ କଷ୍ଟ ସହିବାକୁ ପଡୁଛି । ଏଠି ପ୍ରଶ୍ନ କେବେ ସୁଧୁରିବ ବ୍ୟବସ୍ଥା ? କାହିଁକି ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ଦାୟିତ୍ବରେ ଥିବା କର୍ମଚାରୀ ? ଘଟଣାରେ ହେବ କି କାର୍ୟ୍ୟାନୁଷ୍ଠାନ ?