କନକ ବ୍ୟୁରୋ : ଟ୍ରାଫିକ୍ ସମସ୍ୟାର ହେବ ସମାଧାନ । ଏନେଇ ପୁଲିସ ଲଗାଉଛି ଟ୍ରାଫିକ୍ ଲାଇଟ୍ । ଏଥର ଅଟୋମେଟିକ ପରିଚାଳନା ହେବ ଟ୍ରାଫିକ । ସମ୍ବଲପୁରରେ ବ୍ୟବସ୍ଥିତ ହେବ ଟ୍ରାଫିକ ବ୍ୟବସ୍ଥା । ମାନବ ବିହୀନ ହେବ ଟ୍ରାଫିକ୍ ପରିଚାଳନା । ଟ୍ରାଫିକ୍ ପୋଷ୍ଟ ଗୁଡ଼ିକରେ ଲାଗିଲାଣି ଅତ୍ୟାଧୁନିକ ଟ୍ରାଫିକ ଲାଇଟ୍ , ସାବାଡ ହେବେ ଅମାନିଆ । ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ । ଲାଲ, ସବୁଜ, ଇସତ ହଳଦିଆ ରଙ୍ଗର ଟ୍ରାଫିକ ସିଗନାଲ୍ ଲାଗିବା ଆରମ୍ଭ ହୋଇଛି । ଭିଡ଼ ଦେଖି ସିଗନାଲ ଦେବ ଲାଇଟ୍ । ଜେଲ୍ ଛକ, ଲକ୍ଷ୍ମୀ ଟକିଜ୍ ଛକ, ଅଇଁଠାପାଲି, କଚେରୀ ଛକ ପରି ଟ୍ରାଫିକ ବହୁଳ ଅଞ୍ଚଳରେ ଏହି ଲାଇଟ ଲାଗିବା ଆରମ୍ଭ ହୋଇଛି ।
ସହରରେ ଟ୍ରାଫିକ ଲାଇଟ୍ ସହ ଏଆଇ କ୍ୟାମେରା ମଧ୍ୟ ଲାଗିଛି । ସହରରେ ବଢୁଥିବା ଅପରାଧକୁ ରୋକିବାରେ ଏହା ସହାୟକ ହେବ । ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ସବୁ କ୍ୟାମେରା ଲଗାଯାଇଛି । କେବଳ ସେତିକି ନୁହେଁ ନିୟମ ଖିଲାପ କଲେ କିମ୍ୱା ବେପରୁଆ ଗାଡ଼ି ଚାଳନା କଲେ ଅଟୋମେଟେଡ୍ ଚାଲାଣ କଟିବ । ଯାହାକି ଅମାନିଆଙ୍କ ପ୍ରତି ସତର୍କ ଘଣ୍ଟି ।