କନକ ବ୍ୟୁରୋ: ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯେତେ ଆଗଉଛି, ଦିନକୁ ଦିନ ସେତେ ବଢୁଛି ମାନସିକଧାରୀ ବେଶଧାରୀଙ୍କ ସଂଖ୍ୟା । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାନସିକ ଭକ୍ତଧାରୀମାନେ ବିଭିନ୍ନ ବେଶ ଧାରଣ କରିଥାନ୍ତି । କିଛି ଲୋକ ସମ୍ପ୍ରଦାୟଭିତ୍ତିରେ ବେଶ ହେଉଥିବା ବେଳେ ଆଉ କିଛିଲୋକ ମାନସିକ ପୂରଣ ପାଇଁ ବେଶ  ହୋଇଥାନ୍ତି ।  ମାନସିକଧାରୀ ବିଭିନ୍ନ ବେଶ ହୋଇ ନଡ଼ିଆ, କଦଳୀ, ଧୂପ, ଦୀପ  ଧରି ଖାଲି ପାଦରେ ଚାଲି ଚାଲି ଅସ୍ଥାୟୀ ପୀଠକୁ ଯାଇ ମାଆଙ୍କୁ ଦର୍ଶନ କରିଥାନ୍ତି । 
 
ଠାକୁରାଣୀ ଯାତ୍ରାରେ ନିଆରା ବେଶସବୁ ଦେଖିବାକୁ ମିଳିଥାଏ । ସବୁ ବେଶଠାରୁ ବାଘବେଶ ମାଆଙ୍କ ଅତିପ୍ରିୟ ବୋଲି କୁହାଯାଏ । ବାଘବେଶରେ ନିଜକୁ ସଜ୍ଜିତ କରି ମାନସିକଧାରୀମାନେ ନାଚିନାଚି ମାଆଙ୍କ ଅସ୍ଥାୟୀ ପୀଠାକୁ ଯାଇ ଆଶୀର୍ବାଦ ନେଇଥାନ୍ତି । ବାଘବେଶ ସହିତ ଷୋଡ଼ଗାଜିଆ, ରାଧାକୃଷ୍ଣ, ରାମଲକ୍ଷ୍ମଣ, ପିଲାଖାଇ ଡାହାଣୀ, ଈଶ୍ବର, ବାବାଜି ଭଳି ବହୁ ବେଶ ଦେଖିବାକୁ ମିଳିଥାଏ । ମାନସିକଧାରୀଙ୍କ ମାନସିକ ମାଆ ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ଠାକୁରାଣୀ ଯାତ୍ରାରେ ପିଢ଼ି ପରେ ପିଢ଼ି ଏଭଳି ବେଶ ପରମ୍ପରା ରହିଆସିଛି। ଏହା ଯାତ୍ରାକୁ ଅଧିକ ଆକର୍ଷଣୀୟ  କରିଥାଏ ।   

Advertisment