ପର୍ଯ୍ୟଟନସ୍ଥଳୀରେ ନାହିଁ ସର୍ବନିମ୍ନ ଆବଶ୍ୟକତା ବିଶ୍ରାମାଗାର କି ଶୌଚାଳୟ

ଏଠାକୁ ଆସିବାକୁ ମୁହଁମୋଡ଼ୁଛନ୍ତି ବାହାରର ପର୍ଯ୍ୟଟକ

rayagada

rayagada Photograph: (kanaknews)

କନକ ବ୍ୟୁରୋ:  ବିପୁଳ ସମ୍ଭାବନା ସତ୍ତ୍ବେ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଆଖିଦୃଶିଆ ବିକାଶ ହୋଇପାରୁନି । ଏଠି ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ବି ନାହାନ୍ତି । ଏପଟେ ମୌଳିକ ସୁବିଧା ସହ ଭିତ୍ତିଭୂମି ନଥିବାରୁ ପର୍ଯ୍ୟଟକ ବି ଆସିବାକୁ ନାରାଜ। ରାୟଗଡ଼ା ଜିଲ୍ଲା ଗଠନ ହୋଇ ୩୪ ବର୍ଷରେ ପାଦ ଦେଲାଣି, ଇତି ମଧ୍ୟରେ ବଦଳିଗଲେଣି ୨୫ ଜଣ ଜିଲ୍ଲାପାଳ। କିନ୍ତୁ ପାହାଡ଼ ପର୍ବତ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରାୟଗଡ଼ା ଜିଲ୍ଲାରେ ଭିତ୍ତିଭୂମି ଅଭାବରୁ ପର୍ଯ୍ୟଟନ ସ୍ଥଳକୁ ଆସିବାକୁ ମୁହଁ ମୋଡ଼ୁଛନ୍ତି ପର୍ଯ୍ୟଟକ। ନେତା ଓ ଅଧିକାରୀ ଆକାଶ ପଥରୁ ରାୟଗଡ଼ା ଜିଲ୍ଲାକୁ ଦେଖି ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରହିଥିବା ବାରମ୍ବାର କହୁଛନ୍ତି ।

ପ୍ରଶାସନ ଶୁଣିଲାନି;କାଠ ପୋଲ ନିର୍ମାଣ କଲେ ଗାଁ ଲୋକ

ଏପରିକି ବିଜେପି ସରକାର ଆସିବା ପରେ ୨୦୨୪ ଜୁଲାଇ ମାସରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜିଲ୍ଲାର କାଶୀପୁର ବ୍ଲକକୁ ହେଲିକପ୍ଟର ଯୋଗେ ଆସି ଏଠାକାର ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୧୬ ମାସ ପରେ ବି ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ କୁଟା ଖଣ୍ଡେ ଏପଟସେପଟ ହୋଇପାରିଲା ନାହିଁ। ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ  ଜିଲ୍ଲାର ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ କିନ୍ତୁ ନାହାନ୍ତି କି ପର୍ଯ୍ୟଟନ ବିଭାଗର ନିଜସ୍ୱ କାର୍ଯ୍ୟାଳୟ ମଧ୍ୟ ନାହିଁ। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ଥିଲେ ମଧ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଦିନକୁ ଦିନ ରାୟଗଡ଼ା ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳ ସବୁ ଗୁରୁତ୍ୱହୀନ ହେବାକୁ ଲାଗିଲାଣି । ଭିତ୍ତିଭୂମିର ଅଭାବ, ଦୟନୀୟ ରାସ୍ତାଘାଟ ଓ ମୌଳିକ ସୁବିଧା ଏସବୁ ଅଞ୍ଚଳ ପାଇଁ ଅପହଞ୍ଚ । ତେବେ ଜିଲ୍ଲାସ୍ତରୀୟ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ଓ ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ସବୁ ଜାଣିବି ଜିଲ୍ଲା ପ୍ରଶାସନ ଓ ସରକାର କାହିଁକି ଚୁପ ବୋଲି ଲୋକେ ଅସନ୍ତୋଷ ଝାଡ଼ିଛନ୍ତି ।

ସରକାରୀ ସୁବିଧାରୁ ବଞ୍ଚିତ ଗାଁ; ନାହିଁ ରାସ୍ତା, ମିଳୁନି ଆବାସ
ଝଞ୍ଜାବତୀ ନଦୀରେ ଗୁମ୍ମା ଠାରୁ ହାଲୁଆ ପର୍ଯ୍ୟନ୍ତ ରାଫଟିଂ ଯୋଜନା
୧ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ  
୫୦ ଲକ୍ଷ ଟଙ୍କା ବ୍ୟୟରେ ସିଲଟିଗୁଡ଼ା ଡ୍ୟାମରେ ୱାଟର ସ୍ପୋର୍ଟ୍ସ ଯୋଜନା 
ଡୁମାଗୁଡ଼ା ନିକଟରେ ୪୩ ଲକ୍ଷ ଟଙ୍କା ବ୍ୟୟରେ ମିସନ ଶକ୍ତି କେଫ୍ଟେରିୟା ୨ ବର୍ଷ ତଳୁ ଯୋଜନା ହୋଇଛି 
ପର୍ଯ୍ୟଟନ ବିଭାଗକୁ ଯାଇଛି ପ୍ରସ୍ତାବ, ହେଲେ କୌଣସି ଅଗ୍ରଗତି ହୋଇପାରିନାହିଁ
ରାୟଗଡ଼ାର ହାତୀପଥର, ବିଷମକଟକର ଚାଟିକଣା, ଡଙ୍ଗରିଆ କନ୍ଧ ସଂଗ୍ରହାଳୟକୁ ସ୍ବୀକୃତି 
ଗଦଗଦା ଜଳପ୍ରପାତ, ପଦ୍ମପୁରର ବୌଦ୍ଧ କୀର୍ତ୍ତିରାଜି, ନୀଳକଣ୍ଠେଶ୍ୱର ଶିବ ମନ୍ଦିରକୁ ଅନୁମୋଦନ
କଲ୍ୟାଣସିଂହପୁରର ଦେବଗିରି, ଗୁଡ଼ାରୀର ମୀନାଝୋଲା, କୋଲନରାର ପାଇକପଡ଼ାକୁ ପର୍ଯ୍ୟଟନସ୍ଥଳୀ ରୂପେ ସ୍ୱୀକୃତି
ଅଥଚ ଏସବୁ ସ୍ଥାନରେ ନାହିଁ ସର୍ବନିମ୍ନ ଆବଶ୍ୟକତା ବିଶ୍ରାମାଗାର କି ଶୌଚାଳୟ 
ଫଳରେ ଏଠାକୁ ଆସିବାକୁ ମୁହଁମୋଡ଼ୁଛନ୍ତି ବାହାରର ପର୍ଯ୍ୟଟକ
ଡଙ୍ଗରିଆ କନ୍ଧ ଏବଂ ଲାଞ୍ଜିଆ ସୌରା ସଂପ୍ରଦାୟର ହାତବୁଣା ସାଲ ଏବଂ ଇଡ୍‌ତାଲ ଚିତ୍ରକଳାକୁ ମିଳିଛି ଜିଆଇ ଟ୍ୟାଗ୍‌
ହେଲେ ପର୍ଯ୍ୟଟନ ବିଭାଗ ଏହାର ଫାଏଦା ନେଇପାରୁନି କି ଜିଲ୍ଲାର ବିକାଶ ହୋଇପାରୁନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe