ଓଡ଼ିଶାରୁ ଯାଇ ଦିଲ୍ଲୀରେ ଉଠିଲା ବିଜୁ ଜୟନ୍ତୀ ପ୍ରସଙ୍ଗ । ରାଜ୍ୟସଭାରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନକୁ ନେଇ ଆପତ୍ତି ଉଠାଇଲେ ବିଜେଡି ସାଂସଦ

ବିଜୁ ଜୟନ୍ତୀ ପ୍ରସଙ୍ଗରେ ବିଜେଡିର ହଲ୍ଲାବୋଲ ପରେ ଶେଷରେ ବିଧାନସଭାରେ ଆଲୋଚନା ହୋଇଛି। ବିଜେଡି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ପକ୍ଷ ରଖିଛନ୍ତି ବିରୋଧୀ ଓ ଶାସକ ଦଳର ସଦସ୍ୟ। ତେବେ ଏହି ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ କଟାକ୍ଷ କରିଛି ବିଜେପି।

qKþqKcþZZKcZþ

କନକ ବ୍ୟୁରୋ : ପଂଚାୟତିରାଜ ଦିବସ ପାଳନ ତାରିଖ ବଦଳିବା ପ୍ରସଙ୍ଗ ଓଡ଼ିଶା ପରେ ଦିଲ୍ଳୀ ଦରବାରରେ ପହଁଚିଛି। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ପରିବର୍ତ୍ତନ କରାଯାଇଛି। 

ବିଜୁ ଜୟନ୍ତୀ ପ୍ରସଙ୍ଗରେ ବିଜେଡିର ହଲ୍ଲାବୋଲ ପରେ ଶେଷରେ ବିଧାନସଭାରେ ଆଲୋଚନା ହୋଇଛି। ବିଜେଡି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ପକ୍ଷ ରଖିଛନ୍ତି ବିରୋଧୀ ଓ ଶାସକ ଦଳର ସଦସ୍ୟ। ତେବେ ଏହି ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ କଟାକ୍ଷ କରିଛି ବିଜେପି।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାର୍ଚ୍ଚ ୫କୁ ଓଡ଼ିଶାରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା। ସେହିଦିନ ବିଜୁ ଜୟନ୍ତୀ ପଡୁଥିବାରୁ ସରକାରୀ କ୍ୟାଲେଣ୍ଡରରେ ଛୁଟି ଘୋଷଣା ହୋଇଥାଏ। କିନ୍ତୁ ସରକାର ବଦଳିବା ପରେ ଏହାକୁ ପରିବର୍ତ୍ତନ କରିବା ସହ ଛୁଟିକୁ ବାତିଲ କରାଯାଇଥିଲା, ଯାହାକୁ ତୀବ୍ର ବିରୋଧ କରି ଆସୁଛି ବିଜେଡି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe