କନକ ବ୍ୟୁରୋ: ହଜିଯାଇଥିବା ବର୍ଷ ବର୍ଷର ଇତିହାସର ମିଳିଲା ପ୍ରମାଣ । ଜଳ ସ୍ତର କମିବା ପରେ ପୁରୁଣା ମନ୍ଦିର ଦଧିନଉତି ଜଣାପଡିଲା । ଶହ ଶହ ବର୍ଷ ତଳର ମନ୍ଦିର ଯାହାକି ଜଳ ଭଣ୍ଡାରେ ବୁଡ଼ି ରହିଥିଲା । ଏବେ ଜଳଭଣ୍ଡାରର ଜଳ ସ୍ତର କମିବାରୁ ଦେଖିବାକୁ ମିଳିଛି । ଆଉ ତାପରେ ଦୃଶ୍ୟମାନ ହେଉଛି ଏହି ମନ୍ଦିର । ଯାହାକି ଘୁମୁସର ଇତିହାସର ବର୍ଣ୍ଣିତ କଥା ଗୁଡିକ ପୁନର୍ବାର ସ୍ମରଣ କରାଇଦେଉଛି । ଘୁମୁସର ଇତିହାସର ବାର୍ତ୍ତାବହ ହେଉଛି ଭଂଜନଗର ସହର । ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ନାମାନୁସାରେ ଏହି ସହର ନାମକରଣ ହୋଇଛି । ଲୋକଙ୍କୁ ପାଣି ଯୋଗାଇବାକୁ ତିଆରି ହୋଇଥିଲା ଡ୍ୟାମ୍ । କାରଣ ୨୨ ଗୋଟି ଗାଁ ଜଳମଗ୍ନ ହୋଇଯିବ ସେମାନଙ୍କୁ ସ୍ତାନାନ୍ତର ନକଲାଯାଏଁ ଘାଇ କାମ ଆରମ୍ଭ ହେବନି ବୋଲି ବିଦ୍ରୋହ ହୋଇଥିଲେ ବି ଲୋକଙ୍କୁ ଖାଲୁଆ ଅଞ୍ଚଳରୁ ବାହାର ନକରି ତିଆରି କରାଯାଇଥିଲା ଡ୍ୟାମ୍ ।
ଡ଼୍ୟାମ ପରେ ବର୍ଷାପାଣି ଜମି ପାଣି ଗାଁରେ ପଶିବା ଆରମ୍ଭ ହେଲା । ସେତେବେଳେ ଲୋକେ ଜୀବନ ବଂଚାଇବାଇବାକୁ ଯାଇ ନିକଟସ୍ଥ ପାହାଡ଼ ଅଞ୍ଚଳରେ ରହିଲେ । ଯାହାକି ଆଜିର ଛେଦାଭୂମି ରୂପେ ପରିଚିତ ।
ସେପଟେ ଶେଷ ହୋଇନି ଛେଦାଭୂମି ଗାଁର ଦୁଃଖ । ନା ସେମାନଙ୍କ ଘରର ପଟା ମିଳିଛି ନା ସରକାରୀ ସୁବିଧା ପାଇପାରୁନାହିଁନ୍ତି । ଏବେ ଡ଼୍ୟାମ ଭିତରେ ଜଳସ୍ତର କମିଯିବା ପରେ ମନ୍ଦିର ଦେଖାଯିବା ନେଇ ସମସ୍ତ ଇତିହାସର ସତ ସାମନାକୁ ଆସିଛି । ସମସ୍ୟାରେ ରହୁଥିବା ଗାଁର ଲୋକମାନଙ୍କ ପ୍ରତି ଗୁରୁତ୍ବ ଦେବା ସହିତ ସାମନାକୁ ଆସିଥିବା ପୁରୁଣା ଇତିହାସର ସ୍ମାରକୀକୁ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇଛି ।